ads

Breaking News

ସାମାଜସେବୀ ବିଜୟଙ୍କର ଅକାଳ ବିୟୋଗ


 ଡେଲାଙ୍ଗ ---- ଡେଲାଙ୍ଗ ଥାନା ଅର୍ନ୍ତଗତ ହୁମର ଗ୍ରାମର ସମାଜସେବୀ ବିଜୟ କୁମାର ରାୟ (ହାଡିଆ)ଙ୍କ ଅକାଳ ବିୟୋଗ ହୋଇଯାଇଛି । ମୁତ୍ୟୃ ବେଳେକୁ ତାଙ୍କର ବୟସ ୬୧ ହୋଇଥିବା ଜଣାପଡିଛି । ରବିବାର ଅପରାହ୍ନରେ  ବିଜୟଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକମାନେ ତାଙ୍କୁ ସଙ୍ଗେ ସଙ୍ଗେ ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ ହୋଇଯାଇଥିଲା ।  ତାଙ୍କର ମୃତ୍ୟୁ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।   ସେ ଜଣେ ବିଜେଡି ଦଳର ତଥା ସ୍ୱଗତ ପ୍ରଦୀପ ମହାରଥୀଙ୍କ ବଡ ସମର୍ଥକ ଥିଲେ । ବିଜୟଙ୍କର ମୃତ ଖବର ପାଇ ପୁର୍ବତନ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ବୈାରାଗୀ ଜେନା,ଗୁଆଳିପଡା ସରପଞ୍ଚ କାଳନ୍ଦୀ ଚରଣ ଜେନା,ଜେନାପୁର ସମିତିସଭ୍ୟ ପ୍ରଭାତ କୁମାର ଜେନା,ଯୁବ ସଂଗଠକ ଦିପକ କୁମାର ଜେନା ପ୍ରମୁଖ ବିଜୟ ଙ୍କ ବାସଭବନରେ ପହଞ୍ଚିି ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି । ବିଜୟ (ହାଡିଆ) ଙ୍କ ଶେଷକୃତ ପୁରୀ ସ୍ୱର୍ଗଦ୍ୱାରା ଠାରେ ସମ୍ପନ୍ନ ହୋଇଥିବା ବେଳେ ବଡପୁଅ ମୁଖାଗ୍ନି ଦେଇଥିବା ଜଣାପଡିଛି । 

ଡେଲାଙ୍ଗରୁଧୀରେନ୍ଦ୍ର ସେନାପତି, ୨୯/୧୧/୨୦୨୦---- ୮,୩୯

ads

Blog Archive

Popular Posts