ads

Breaking News

ଫନିରୁ ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ କରିବା ସହ ଅଚଳ ବ୍ୟାଙ୍କ ଖାତା ସଚଳ କରିବା ପାଇଁ ଦାବି କଲା କଂଗ୍ରେସ


  ଡେଲାଙ୍ଗ ------- ଫନି ବାତ୍ୟାରୁ ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ ସହିତ ଅଚଳ ବ୍ୟାଙ୍କ ଆକାଉଣ୍ଟକୁ ସଚଳ କରିବା ଦାବି କଲା ପ୍ରଦେଶ କଂଗ୍ରେସ କମିଟି । ସୁଚନା ଯୋଗ୍ୟଯେ ଫନି ବାତ୍ୟାକୁ ୧୮ ମାସ ବିତି ଯାଇଥିଲେ ମଧ୍ୟ ଜଣେ କେହି ବ୍ଳକ ଓ ତହସିଲ ପକ୍ଷରୁ ବାସଗୃହ ପ୍ରଦାନ କରାଯାଇନାହିଁ । କୌଣସି କାରଣ ନ ଥାଇ ବହୁ ଲୋକଙ୍କର ବ୍ୟାଙ୍କ ଖାତାକୁ ଅଚଳ କରି  ରଖାଯାଇଛି  ବୋଲି ପ୍ରଦେଶ କଂଗ୍ରେସ କମିଟି ଦାବି ଆଣିଛି । ଏବେ ସୁଦ୍ଧା ଡେଲାଙ୍ଗ- ପିପିଲି ତହସିଲରେ ଘରଭଙ୍ଗା ତଦନ୍ତ ଚାଲିଛି । ଏହା ସୂଚନା ଆଇନ ଦ୍ୱାରା ତଥ୍ୟ ମିଳିଛି । ଅନ୍ୟ ପକ୍ଷେ ଡେଲାଙ୍ଗ- ପିପିଲିରେ ଅଧିକାଂଶ ଲୋକଙ୍କ ଘର ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିଲେ ମଧ୍ୟ ଘରଭଙ୍ଗା ତାଲିକାରୁ ସେମାନେ ବାଦ ପଡିଛନ୍ତି । ପୁର୍ନବାର ତଦନ୍ତ କରାଯାଇ ସେମାନଙ୍କକୁ ଘରଭଙ୍ଗା ତାଲିକାରେ ସାମିଲ କରିବା ସହ ଅଚଳ ବ୍ୟାଙ୍କ ଖାତା ଗୁଡିକ ସଚଳ କରିବା ପାଇଁ  ପ୍ରଦେଶ କଂଗ୍ରେସର ମୁଖପାତ୍ର ତଥା ପିସିସି ସଦସ୍ୟ ନିଶିକାନ୍ତ ମିଶ୍ର, ମହିଳା କଂଗ୍ରେସର ସମ୍ପାଦିକା ନିରୁପମା ପାତ୍ର, ପୁର୍ବତନ ବିଧାୟକ  ବିପିନ ଦାସ, ପିପିଲି ଏନଏସିର କାର୍ଯ୍ୟକାରୀ ସଭାପତି ଏସ.କେମହାବୁବ, ସଂଖ୍ୟାଲଘୁ ବିଭାଗର ଇନତାଜ ଅଲ୍ଲୀ ଓ ମହେନ୍ଦ୍ର ନାୟକଙ୍କ ସହ ଅନ୍ୟ ମାନେ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆଙ୍କୁ ଏ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ ଆୟୁକ୍ତଙ୍କୁ ଦେଇଥିବା ଦାବି ପତ୍ରର ଏକ ନକଲ ଦେବା ସହ ଆଲେଚନା କରିଥିଲେ । ୧୫ ଦିନ ମଧ୍ୟରେ ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ଆଚାରିଆ କହିଥିବା ଜଣାପଡିଛି । 

ଡେଲାଙ୍ଗଭୁ ଧୀରେନ୍ଦ୍ର ସେନାପତି , ୧୯/୧୧/୨୦---୧୨,୩୨

ads

Blog Archive

Popular Posts