ads

Breaking News

ବିଶ୍ୱ ଗ୍ରାମୀଣ ମହିଳା ନିର୍ଯ୍ୟାତନା ବିରୋଧ ଦିବସ ପାଳନ


 ସାକ୍ଷୀଗୋପାଳ----ବିଶ୍ୱ ଗ୍ରାମୀଣ ମହିଳା ନିର୍ଯ୍ୟାତନା - ବିରୋଧ ଦିବସ  ପାଳନ ଓ ଓଡିଶା ମହିଳା ସୁରକ୍ଷା- ମିଡିଆ ସଚେତନତା ଅଭିଯାନ -୨୦୨୦ ଅନୁଷ୍ଠିତ ହୋଇଯାଇଛି । ସାତଶଙ୍ଖ ସ୍ଥିତ ସୁବଳପୁର ରାଜ୍ୟ ମିଡିଆ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ମୁଖ୍ୟବକ୍ତା ଭାବେ ଆଇନଜୀବୀ ଅଞ୍ଜନ କୁମାର ହୋତା, ରାଜ୍ୟ ମିଡିଆ ସେଲର ସମ୍ପାଦକ ରାଜ କିଶୋର ସ୍ୱାଇଁ  ଯୋଗ ଦେଇ ମହିଳା ମାନଙ୍କ ପାଇଁ ରାଜ୍ୟ ସରକାର କରିଥିବା ଆଇନ ପ୍ରଣୟନ ସମ୍ପର୍କରେ ଆଲେଚନା କରିଥିଲେ ।
ଶିକ୍ଷା ବାର୍ତ୍ତାର ହିସାବନୀରିକ୍ଷକ ପୁର୍ଣ୍ଣାନନ୍ଦ ତ୍ରିପାଠୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ,  ମହିଳା ସ୍ୱେଚ୍ଛାସେବୀ, ମହିଳା ଗୋଷ୍ଠୀ ମାନେ ଯୋଗଦେଇ ଆଲେଚନାରେ  ଭାଗ ନେଇଥିଲେ । ପରେ ପରେ ମହିଳା ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା । ଆଇନଜୀବୀ ଉପେନ୍ଦ୍ର ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୨୭/୧୧/୨୦୨୦---୯,୦୦

ads

Blog Archive

Popular Posts