ads

Breaking News

ମଣ୍ଡିରେ ଧାନ ବିକ୍ରି ଅଚଳାବସ୍ଥା , ୨୦୨୦ ଇନପୁଟ ସବସିଡି ଓ ଇନସୁରାନ୍ସ ମିଳି ନାହିଁ ; ପପଙ୍ଗା ମାର୍କେଟ ୟାର୍ଡରେ ଚାଷୀଙ୍କ ବୈଠକ



ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ପପଙ୍ଗା ମାର୍କେଟ ୟାର୍ଡ଼ରେ ଚାଷୀ ମଙ୍ଗଲୁ ମହାକୁର ଙ୍କ ସଭାପତିତ୍ୱରେ ବିଶ୍ୱଜିତ ହୋତା ଙ୍କ ଆହ୍ୱାନ ତଥା ପରିଚାଳନା କ୍ରମେ ପପଙ୍ଗା,ରୁଷୁଡା, ମାନପୁର,ସୁନା ଲରମ୍ଭା ପଞ୍ଚାୟତ ର ଚାଷୀ ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କୃଷକ ନେତା ରମେଶ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ,କବି ତଥା କୃଷକ ନେତା ଉତ୍ପନ୍ନ କୁମାର ଭୋଇ ଯୋଗ ଦେଇ ଧାନ ବିକ୍ରି ଅଚଳା ବସ୍ଥା ସୃଷ୍ଟି ହୋଇଛି ବୋଲି କହିବା ସହ ଧାନ ଥଲେ ଟୋକନ ନାହିଁ,ଟୋକନ ଥିଲେ ଧାନ ନାହିଁ । ଯେଉଁ ମିଲର୍ସ ମାନେ ମାର୍କେଟ ୟାର୍ଡ଼ ଆସୁନାହାନ୍ତି ,ଯେଉଁ ମାନେ ଆସୁଛନ୍ତି ସେମାନେ ଏକ ଷଡଯନ୍ତ୍ର କରିବା ମନେ ହେଉଛି ? କାହିଁକି ନା କଟନୀ ଛଟନୀ ଉପରେ ବେଶୀ ନଜର ରଖି ଧାନ କିଣୁଛନ୍ତି । କିପରି ଧାନ ସୁରୁଖୁରୁରେ ବିକ୍ରି ହୋଇ ଚାଷୀ ର  ସୁବିଧା ଉପଲବ୍ଧ ହେବ, ତାହାର ବ୍ଯବସ୍ଥା ପାଇଁ ଚାଷୀମାନେ ଅଭିଯୋଗ କରିଥିଲେ। ଗତ ୨୦୨୦ ର ଇନପୁଟ ସବ୍ ସିଡି,ଇନସୁରାନ୍ସ ପାଇ ନଥିବା  ଚାଷୀ ମାନେ ଅନୁଷ୍ଠିତ ସଭାରେ ଅଭିଯୋଗ କରିଛନ୍ତି।
ଏଥିରେ କେନ୍ଦ୍ର ସରକାରଙ୍କ ପାରିତ ହୋଇଥିବା ତିନୋଟି କୃଷି ଆଇନ୍ କୁ ପ୍ରତ୍ୟାହାର କରିବା,ଦ୍ଵିତୀୟ ରାଜ୍ୟ ସରକାରଙ୍କ ଅଧ୍ୟାଦେଶ ପ୍ରସ୍ତାବ ରଦ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରସ୍ତାବ ଗ୍ରହଣ କରାଯାଇ ଥିଲା।ଯଦି ପ୍ରଶାସନିକ ସ୍ତରରେ ଅବହେଳା ପ୍ରଦର୍ଶନ କରାଯାଏ, ଆଗାମୀ ଦିନରେ ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇ ଛନ୍ତି। ଏହି ସବୁ ଅବ୍ୟବସ୍ଥା ପାଇଁ ଚାଷୀ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯିବା ସହ କେନ୍ଦ୍ର,ରାଜ୍ୟ ସରକାର ଚାଷୀ ମାନଙ୍କ ସ୍ୱାର୍ଥ ରକ୍ଷା ଆଗେଇ ଆସିବା ଦରକାର ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ।ପରିଶେଷରେ ଉପସ୍ଥିତ ଥିବା ଚାଷୀ ମାନଙ୍କୁ ପୁରୁ ଷୋତ୍ତମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍.....

ads

Blog Archive

Popular Posts