ads

Breaking News

ରେଡକ୍ରସ୍ ପକ୍ଷରୁ ଅଗ୍ନିବିପନ୍ନ ପରିବାରକୁ ସହାୟତା


 ଡେଲାଙ୍ଗ ---- ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ ପଞ୍ଚାୟତ ଅଧିନସ୍ଥ ଗଙ୍ଗପୁରପାଟଣା ଗ୍ରାମର ବ୍ରଜବନ୍ଧୁ ଜେନାଙ୍କ ଘରେ ସର୍ଟସର୍କିଟରୁ ଟିଭି ଫାଟି ବାସଗୃହ ଜଳିଯାଇଥିଲା । ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନଙ୍କ ନେତୃତ୍ୱରେ ରେଡକ୍ରସ ବିଭାଗ ପ୍ରକଳ୍ପ ସଂଯୋଜକ ଗୁଲସନ କୁମାର ଦାସ ଉକ୍ତ ବିପନ୍ନ ପରିବାର ନିକଟରେ ପହଞ୍ଚି ରେଡକ୍ରସ ବିଭାଗ ପକ୍ଷରୁ ନିତ୍ୟ ବ୍ୟବହୃତ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଥିଲେ ।ବାସନକୁଶନ,ଲୁଗା,କମଳ, ସାବୁନ,ମାକ୍ସ ଓ ସାନିଟାଇଜ୍ ପ୍ରଭୁତି ଜିନିଷ କୁ ଗ୍ରାମର ପ୍ରହଲ୍ଲାଦ ବଳିଆରସିଂହ,ପ୍ରଦୀପ ରାଉତରାୟ,ଅଜୟ ମାର୍ଥାଙ୍କ ଉପସ୍ଥିତରେ ପ୍ରଦାନ କରିଥିଲେ । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୧୯/୧୧/୨୦, ୮,୩୦

ads

Blog Archive

Popular Posts