ads

Breaking News

ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ମଙ୍ଗୁଲୁ ପ୍ରଧାନ ଙ୍କ ସ୍ମୃତି ଅବସରରେ ରେମଣ୍ଡାରେ ୫୧ତମ ଶ୍ରାଦ୍ଧ ଦିବସ



ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:- ସ୍ବର୍ଗତ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗୁଲୁ ପ୍ରଧାନଙ୍କ ୫୧ ତମ ଶ୍ରାଦ୍ଧ ଦିବସ ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ  ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । କୋଭିଡ-୧୯ ଆଇନ ଅନୁଯାୟୀ  ସ୍ୱ.ପ୍ରଧାନଙ୍କ ପ୍ରତିମୂର୍ତ୍ତି ତଥା ଉଚ୍ଚ ବିଦ୍ୟାଳୟରେ ଥିବା ସୃତିପୀଠ ରେ ଦ୍ବୀପ ପ୍ରଜ୍ଵଳନ ସହ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇ ଥିଲା। ସ୍ଵ. ପ୍ରଧାନ ତାଙ୍କର ଜୀବନ କାଳ ମଧ୍ଯରେ ରେମଣ୍ଡା ସମଲେଶ୍ୱରୀ ମନ୍ଦିର,ବଡ କଣ୍ଟା,ଉଚ୍ଚ ବିଦ୍ୟାଳୟ, ସମ୍ବଳ କୋଠ ଚାଷ ଇତ୍ୟାଦି,ତାଙ୍କର ଜନହିତକର କାର୍ଯ୍ୟ ପାଇଁ ସେ ସବୁ ଦିନ ପାଇଁ ଚିର ସ୍ମରଣୀୟ ହୋଇ ରହିବେ ବୋଲି ଯୋଗ ଦେଇଥିବା ଅତିଥି ମାନେ କହିଥିଲେ ।ଏହି ଅବସରରେ ରେମଣ୍ଡା ସରପଞ୍ଚ ରାମେଶ୍ଵରୀ ନନ୍ଦ,ସମିତି ସଭ୍ୟ ଶିବ ପ୍ରସାଦ ଖମାରି ଓ ସଞ୍ଜୟ ନନ୍ଦ,ଗଙ୍ଗା ଧର ମେହେର,ଯଶୋବନ୍ତ ସେଟ, ତାରା ଚାନ୍ଦ ସାଥୁଆ ତଥା ବହୁ ମାନ୍ୟଗଣ୍ୟ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍.....

ads

Blog Archive

Popular Posts