ads

Breaking News

ବରକେରାରେ ଗୋ ପୂଜନ ଉତ୍ସବ ଅନୁଷ୍ଠିତ



ଡେଲାଙ୍ଗ----  ‌ପ୍ରାଚିନ‌ ହିନ୍ଦୁ ସଂସ୍କୃତିର ଦେବାଳୟରେ ମୂର୍ତ୍ତି ପୂଜା ଯେପରି ଏକ ବଳିଷ୍ଠ ଚିନ୍ତାର ନିଦର୍ଶନ ସେହିପରି ପବିତ୍ର ଗୋସେବା ବ୍ରତ ହେଉଛି ହିନ୍ଦୁର ଅନ୍ୟଏକ ବଳିଷ୍ଠ ଧର୍ମ।ଗୋମୟ,ଗୋମୂତ୍ର,ଗୋବଧି, ଗୋଦୁଗ୍ଧ ଓ ଗୋଘୃତର ମିଶ୍ରଣରେ ପ୍ରସ୍ତୁତ ପଞ୍ଚଗବ୍ୟ ଏକ ଅମୋଘ ଔଷଧ ଯାହା ବିଜ୍ଞାନ ପ୍ରମାଣ  ହୋଇଛି । ମାନବ ସମାଜର ଅହେତୁକ କଲ୍ୟାଣ ସାଜିଛି ।  ସେହି ପୂତପବିତ୍ରମୟୀ ଗୋମାତାର ପୂଜନ କାର୍ଯ୍ୟକ୍ରମ ପରିବେଶ କର୍ମୀ ଶିକ୍ଷକ ମିଟୁ କିଶୋର ପ୍ରଧାନଙ୍କ ତତ୍ବାବଧାନରେ ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ଗ୍ରାମର ଆରାଧ୍ୟ ଦେବତା ଭଗବତ ବାସୁଦେବଙ୍କ ପୀଠରେ ଯଥାବିଧି ଅନୁଷ୍ଠିତ ହୋଇଯାଇଛି।ଏକ ବର୍ଣ୍ଣାଢ଼୍ୟ ଆଧ୍ୟାତ୍ମିକ ପରିବେଶରେ ପ୍ରଥମେ ଗୋମାତାଙ୍କୁ କୁଙ୍କୁମ କସ୍ତୁରୀ ଚନ୍ଦନ ଅଗୁରୁ ମିଶ୍ରିତ ସୁବାସିତ ଜଳରେ ସ୍ନାନ କରାଯିବା ପରେ ମସ୍ତକରେ ସିନ୍ଦୂର କଜ୍ଜଳ ଲଗାଇ ମାଲ୍ୟାର୍ପଣ କରାଯାଇଥିଲା।ଗ୍ରାମର ଆବାଳ ବୃଦ୍ଧବନିତାଙ୍କ ହରିବୋଲ ହୁଳହୁଳିରେ ତଥା ପୁରୋହିତଙ୍କୁ ବୈଦିକ ମନ୍ତ୍ରରେ  ଗ୍ରାମ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା  ପରେ ଗୋମାତାଙ୍କୁ ଫଳମୂଳ ଶାକାଦି ଆହାର ପ୍ରଦାନ ପୂର୍ବକ ବନ୍ଦାପନା କରାଯାଇଥିଲା।
ଗୋପୂଜନ କାର୍ଯ୍ୟକ୍ରମର ପରିସମାପ୍ତି ପରେ ଆରମ୍ଭ ହୋଇଥିଲା ଗୋ ମହାତ୍ମା ଓ ରାମକଥା ଉପରେ ଆଧାରିତ ସାନ୍ଧ୍ୟ ପ୍ରାବଚନିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରବାଚକ ମାନସ ରଞ୍ଜନ ଲେଙ୍କା, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଶରତ ଚନ୍ଦ୍ର ରାଉତରାୟ,କାଶିନାଥ ରାଉତରାୟ,ମାନସତତ୍ଵ ବିଭୂଷଣ ପଣ୍ଡିତ ପ୍ରମୋଦ ନାୟକ,ସୁମନ୍ତ ମହାପାତ୍ର,ପାଲାଗାୟକ ପ୍ରମୋଦ ଜେନା, ବିକ୍ରମ କେଶରୀ ସୁବୁଦ୍ଧି ଓ ରମକଥା ସେବକ ଆଚାର୍ଯ୍ୟ ସୁଧୀର କୁମାର ଜେନା ସମୁହ  ପ୍ରବଚନ ପ୍ରଦାନ କରିଥିଲେ । ଦ୍ୟଯନ୍ତ୍ରରେ ସୁବ୍ରତ ଛାଟୋଇ ଓ ଶିକ୍ଷକ ଲକ୍ଷ୍ମୀନାରାୟଣ ପାଣି ସହଯୋଗ କରିଥିଲେ।ସର୍ବ ଶେଷରେ ଶ୍ରୀଯୁକ୍ତ ମିଟୁ କିଶୋର ପ୍ରଧାନ ପ୍ରବକ୍ତା ମାନଙ୍କୁ ଓ ଉପସ୍ଥିତ ଲୋକମାନଙ୍କୁ ଗୋଟିଏ ଗୋଟିଏ ସ୍ଵର୍ଣ୍ଣ ଚମ୍ପା ଚାରା ପ୍ରଦାନ କରିବା ସହିତ ବଉଳାର ଚିଠି ପୁସ୍ତକ ପ୍ରଦାନ କରିଥିଲେ।
 ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ୩୦/୧୧/୨୦୨୦----୧୨,୩୦

ads

Blog Archive

Popular Posts