ads

Breaking News

ପାଲା ମାଧ୍ୟମରେ ମହାମାରୀ କରୋନା ସଚେତନତା


 ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକର ସାରଙ୍ଗେଂଯାଡି, ମଳୁଖପାଟଣା, ବଁପାଳ, ରାୟଚକ୍ରଧରପୁର, ପାହଡଚୁଳ, ପାଟପୁର ଆଦି ଗ୍ରାମରେ ଗାଁ କଲ୍ୟାଣ ସମିତି ପକ୍ଷରୁ ପାଲା ମାଧ୍ୟମରେ ମହାମାରୀ କରୋନା  ସଚେତନତାକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମା କ୍ଷେତ୍ରପାଳୀ ମୃଦଙ୍ଗବାଦ୍ୟ ନୃତ୍ୟ ପରିଷଦର ସଦସ୍ୟ ରମେଶ ଚନ୍ଦ୍ର ପଲେଇ, ଭାସ୍କର ସ୍ୱାଇଁ, ଭରତ ଜେନା, ସୁଦର୍ଶନ ପ୍ରଧାନ, ତ୍ରିନାଥ ବେହେରା ପାଲା ମାଧ୍ୟମରେ ଗ୍ରାମ ବାସୀଙ୍କୁ ମହାମାରୀ କରୋନା ଠାରୁ କିପରି ରକ୍ଷା ପାଇ ପାରିବା ସେଥିପାଇଁ ସରକାର କରିଥିବା ଆଇନ ସମ୍ପର୍କରେ ଲୋକମାନଙ୍କୁ ସଚେତନତା କରାଇଥିଲେ ।  ସ୍ଥାନୀୟ ସରପଞ୍ଚ ଚଞ୍ଚଳା ପାଣି, ଅଙ୍ଗନୱାଡି କର୍ମୀ, ଆଶା ଦିଦି ଓ ୱାର୍ଡ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


ads

Blog Archive

Popular Posts