ads

Breaking News

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ବରୀରେ 151 ୟୁନିଟ ରକ୍ତ ସଂଗ୍ରହ


ବରୀ- ବିଜେଡି ସୁପ୍ରିମ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ 75 ତମ ଜନ୍ମ ଦିନ ଅବସରରେ ଆଜି ବରୀ ବିଜେଡି ପକ୍ଷରୁ ବରୀ ବ୍ଲକ ଅଧିନ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ ବାଲିଆ  ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଉଛି। ଉକ୍ତ ରକ୍ତଦାନ ଶିବିରକୁ ସ୍ଥାନୀୟ ବିଧାୟିକା ସୁନନ୍ଦା ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଶିବିର କଟକ ରେଡ଼କ୍ରସ ସେଣ୍ଟ୍ରାଲ ଟିମ ସହାୟତାରେ  151ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।  ୨୧ ନମ୍ବର ଯୋନର ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ ସୂଚନା ଦେଇଛନ୍ତି। ଏହି ରକ୍ତ ଦାନ ଶିବିରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ବିମଲ ଦାସ , ବରୀ ବ୍ଲକ ବିଜେଡି ସଭାପତି କେଦାର ସାମଲ,ଯୁବ ବିଜେଡି ସଭାପତି ରଂଜନ କୁମାର ପଣ୍ଡା, ବାଲିବିଲି ସରପଞ୍ଚ ସନ୍ତୋଷ କୁମାର ସାମଲ,ଛାତ୍ର ବିଜେଡି ସଭାପତି ସଦିଛା ସାମଲ, ଯୁବ ସମାଜସେବୀ ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉଛାହିତ କରିଥିଲେ।
ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ

ads

Blog Archive

Popular Posts