ads

Breaking News

ରକ୍ତଦାନ କରି ଜିଲ୍ଲାପାଳଙ୍କୁ ବିଦାୟକାଳୀନ ସମର୍ଦ୍ଧନା ଦେଲେ ସମାଜସେବୀ ସତ୍ୟ କର


ବରୀ - ଯାଜପୁର ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସଙ୍କୁ ଏକ ନିଆରା ଢଙ୍ଗରେ ବିଦାୟ କାଳୀନ ସମର୍ଦ୍ଧନା ଦିଆଯାଇଛି ।ପ୍ରକାଶ ଥାଉକି  ବରୀ ଅଞ୍ଚଳର ଯୁବ ସମାଜସେବୀ ସତ୍ୟରଞ୍ଜନ କର ଆଜି ଯାଜପୁର ରକ୍ତ ଭଣ୍ଡାରରେ ରକ୍ତଦାନ କରୁଥିବା ସମୟରେ ଜିଲ୍ଲାପାଳ ରଂଜନ କୁମାର ଦାସ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ପ୍ରଭୋଶନ ଥିବା ଇଏସ ସଚିନ ପାୱାର ଓ ସନ୍ତୋଷ ସେଠି ଉପସ୍ଥିତ ଥିଲେ। ପ୍ରକାଶ ଅଛିକି ସତ୍ୟରଞ୍ଜନ ସାମାଜିକ କାର୍ଯ୍ୟ ଏବଂ ରକ୍ତଦାନ ଶିବିର ଆୟୋଜନ କରିବା ସହିତ ନିଜର ଶୁଭ ମୃହୁତ୍ୱ ଯଥା ନିଜ ସାନଭାଇର ବାହାଘରରେ ରକ୍ତଦାନ ଶିବିର କରିବା ସହିତ ନିଜ ବିବାହ ବାର୍ଷିକ,  ଜନ୍ମଦିନ, ପୁଅ କିମ୍ବା ବାପା ମାଆ ଙ୍କ ଜନ୍ମଦିନ ରେ ରକ୍ତଦାନ କରିବା ସହିତ ଅନ୍ୟମାନଙ୍କୁ ରକ୍ତଦାନ କରିବାକୁ ପ୍ରୋତ୍ସାହନ କରିବାପାଇଁ ଯାଜପୁର ଜିଲ୍ଲାରେ ବେଶ ପରିଚିତ । ରକ୍ତଦାନ କରି ଜିଲ୍ଲାପାଳଙ୍କୁ ବିଦାୟକାଳୀନ ସମର୍ଦ୍ଧନା ଦେଇଥିବାରୁ ବିଭିନ୍ନ ମହଲରେ ଆଲୋଚନା ହୋଇଛନ୍ତି ।

ଯାଜପୁର ବରୀରୁ ଦର୍ଶନ ବେହେରା

ads

Blog Archive

Popular Posts