ads

Breaking News

ସମାଜସେବି ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣା ସିବିଆଇ ତଦନ୍ତ ଦାବିକଲା ମାରୁତିସେନା


 ପୁରୀ ------  ସମାଜସେବି ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାକୁ ସିବିଆଇ ଦ୍ୱାରା ତଦନ୍ତ କରିବା ପାଇଁ ମାରୁତି ସେବା ପକ୍ଷରୁ ଦାବି କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । କୋଭିଡ-୧୯ ଆଇନ ଅନୁଯାୟୀ ସଦସ୍ୟ ମାନେ ମୁହଁରେ ମାସ୍କ ଲଗାଇ ଶାନ୍ତି ଶୃଙ୍ଖ୍‌ଳା ଭାବେ ସିବିଆଇ ତଦନ୍ତ ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ କ୍ଷୋଭ ପ୍ରକାଶ କରିଥିଲେ ।ଜିଲ୍ଲା ସଂଯୋଜିକା ଇତିଶ୍ରୀ ମହାନ୍ତି, ଜଗତ ପ୍ରଧାନ, ବବିତା ମହାରଣା, ସନ୍ତୋଷ ପଣ୍ଡା, ତ୍ରିନାଥ ଭୋଇ, ବାହୁଡା ପ୍ରଧାନ, ଦିଲୀପ ସାସମଲ, କୁଶା ନାୟକ, ଟୁନା ବାରିକ, ଲିନୁ ନାୟକ, ମନୋଜ ମାଝୀ, ଶୀକାନ୍ତ ସିଂ, ସରୋଜ ରାଉତ , କୁନି ସଂ ପ୍ରମୁଖ ଉପସ୍ଥିତ ରହିଥିଲେ । ମାରୁତି ସେନାର ରାଜ୍ୟ ସମ୍ପାଦକ ପଫୁ ଦଳବେହେରା ସମସ୍ତ ଜିଲ୍ଲା ସଂଯୋଜକ ଓ ସଂଯୋଜିକା ,ସଭାପତିଙ୍କୁ ଅନୁରୋଧ କରିଛନ୍ତି ନିଜ ନିଜ ଜିଲ୍ଲାରେ ଏହିପରି  ଦାବିପତ୍ର ଦେବାକୁ କହିଛନ୍ତି । 

ପୁରୀରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts