ads

Breaking News

ପନ୍ଦର ମାସର ଛୋଟ ଶିଶୁକୁ ଅମାନୁଷିକ ଭାବେ ବାଡଉଥିବା ଘଟଣା ସିସିଟିଭିରେ କଏଦ

ପୁରୀ---- ପୁରୀ ଗୋପ ଥାନା ସୋରଭା ପଞ୍ଚାୟତର  ପାଇକ ସହି ରେ ଅଭାବନୀୟ ଘଟଣା ଘଟିଛି। ଜଣେ ୧୫ ମାସର ଛୋଟ ଶିଶୁ କୁ ତାର ମା ଗୋଡ଼ ହାତ ଭିଡି ଅତ୍ୟନ୍ତ ଅମାନୁଷିକ ଭାବେ ବାଡଉ ଥିବା ଘଟଣା ଜଣା ପଡ଼ିଛି। ଏ ନେଇ ଦୃଶ୍ୟ ସିସିଟିଭି ରେ କଏଦ ପରେ ଏହା ଜଣାପଡ଼ିଛି। ଏହାକୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପରେ ପୁରୀ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଓ ଗୋପ ଥାନା ଅଧିକାରୀ ଉକ୍ତ ସ୍ଥଳରେ ପହଞ୍ଚି ପିଲାଟିକୁ ଉଧାର କରିଛନ୍ତି। କଣ ଓ କହିଁକି ପିଲା ଟିକୁ ତାର ମା ନିର୍ଯ୍ୟାତନା ଦେଇ ଚି ସେ ନେଇ ତଦନ୍ତ ଚାଲିଛି। ସୂଚନା ଅନୁଯାୟୀ ଗୋପ ଥାନା ସୋରଭା ପଞ୍ଚାୟତର  ପାଇକ ସାହି ରେ ରୁହନ୍ତି ଚକ୍ର ଧର ନାଏକ ଓ ତାଙ୍କ ପରିବାର। ତେବେ ଦୀର୍ଘ ଦିନ ହେବ ଚକ୍ରଧର ଓ ତାଙ୍କର ପତ୍ନୀ ରୋଜାଳୀନ ନାଏକ ଙ୍କ ମଧ୍ୟରେ ଘରୋଇ କଳହ ଲାଗି ରହିଥିଲା। ତେବେ ଚକ୍ରଧର ଭୁବନେଶ୍ୱର ରେ ବ୍ୟବସାୟ କରୁଥିବା ବେଳେ ଘରେ କାହିଁକି ଗଣ୍ଡଗୋଳ ହେଉଛି ସେ ଜାଣିବା ପାଇଁ ସିସିଟିଭି ଲଗାଇ ଥିଲେ। ପରେ ସେ ଗତ ୧୧ ତାରିଖ ଫୁଟେଜ ଦେଖିଲେ ଯେ ତାଙ୍କ ପତ୍ନୀ ତାଙ୍କର ଛୋଟ ଶିଶୁ ଟିକୁ ଅତି ଅମାନୁଷିକ ଭାବେ ମାଡ଼ ମାରୁଛନ୍ତି। ଏ ନେଇ ଜଣାପଡିବା ପରେ ସ୍ତାନୀୟ ଲୋକ ପୋଲିସ କୁ ଖବର ଦେଇ ଶିଶୁଟି କୁ ଉଦ୍ଧାର କରିଛନ୍ତି। ଅନ୍ୟପଟେ ଶିଶୁ ର ମା ରୋଜଳୀନ ଙ୍କ କହିବା କଥା ତାଙ୍କ ଶାଶୁ ଓ ପରିବାର ଲୋକେ ତାଙ୍କୁ ନିର୍ଯ୍ୟାତନା ଦେଉଛନ୍ତି।   ଏଣୁ ସେ ଅତି ରାଗି ଯାଇ ଏଭଳି କାର୍ଯ୍ୟ କରିଛନ୍ତି। 

ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts