ads

Breaking News

ଗିରିଡିପଲ୍ଲୀ ଗ୍ରାମପଞ୍ଚାୟତ ତରଫରୁ ଭତ୍ତା ଏବଂ ମାସ୍କ ବଣ୍ଟନ


କୁରାଳ--- ସାରା ବିଶ୍ୱକୁ ଘାରିଛି କରୋନା ଚିନ୍ତା ।କରୋନା  ରୂପକ ମହାମାରୀ ଯୋଗୁଁ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଛି ।ଏହି ସଂକ୍ରମଣ ନିମନ୍ତେ ବର୍ତ୍ତମାନ କୌଣସି ନିଦାନ ବାହାରିନାହିଁ । କରୋନା ସଂକ୍ରମଣରୁ  ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତ । ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗିରିଡିପଲ୍ଲୀ ଗ୍ରାମପଞ୍ଚାୟତ ତରଫରୁ ସରପଞ୍ଚ ସନ୍ୟାସୀ ପ୍ରଧାନ ଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ ଅନୁସାରେ ଘର ଘର ବୁଲି ଲୋକଙ୍କୁ ସଚେତନ କରାଯିବା ସହ ମାସ୍କ ବଣ୍ଟନ କରାଯାଇଛି।ଠିକ ସେହିପରି ସାମାଜିକ ସୁରକ୍ଷା ଭତ୍ତା ପାଉଥିବା ଲୋକମାନଙ୍କୁ ସେମାନଙ୍କ ଘରେ  ଭତ୍ତା ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଏଭଳି କାର୍ଯ୍ୟକ୍ରମକୁ ସାଧାରଣ ଲୋକେ ବେଶ ପ୍ରସଂଶା କରିବା ସହ ନିଜେ ସଚେତନ ହେବା ସହ ଲକ ଡାଉନକୁ ମଧ୍ୟ ମାନିଛନ୍ତି । ମାତ୍ର କିଛି ବ୍ୟକ୍ତି ବିଶେଷ ଏହି ଲକ୍ ଡାାନ୍ଉ ମାନୁନଥବା ଦେଖାଯାଇଛି ।
କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts