ପରିବେଶ ସାଥି ଏବଂ ମାତୃଭୂମି କୁରାଳ ତରଫରୁ ବିଶ୍ୱ ଧରିତ୍ରୀ ଦିବସ ପାଳିତ
କୁରାଳ ---- ଆଜି ହେଉଛି 'ବିଶ୍ୱ ଧରିତ୍ରୀ' ଦିବସ ।ଧରିତ୍ରୀ ମା କୁ ସମ୍ମାନ ଦେବା ସହ ଏହାର ସୁରକ୍ଷା ଲାଗି ପ୍ରତିବର୍ଷ ଏପ୍ରିଲ ୨୨ ତାରିଖକୁ ବିଶ୍ୱ ଧରିତ୍ରୀ ଦିବସ ଭାବେ ପାଳନ କରାଯାଇଥାଏ ।୧୯୭୦ ମସିହାରେ ଆରମ୍ଭ ହେଇଥିବା ଏହି ପରମ୍ପରା ବର୍ତ୍ତମାନ ୧୯୨ ଦେଶରେ ପ୍ରଚଳିତ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଗ୍ରାମପଞ୍ଚାୟତର 'ମାତୃଭୂମି କୁରାଳ'ଏବଂ 'ପରିବେଶସାଥି' ସ୍ବେଚ୍ଛାସେବି ଅନୁଷ୍ଠାନ ତରଫରୁ ସାମାଜିକ ଦୂରତ୍ୱ ରକ୍ଷା କରି ଅତି କମ ସଂଖ୍ୟକ ସଦସ୍ୟଙ୍କ ଉପସ୍ଥିତିରେ ବିଶ୍ୱ ଧରିତ୍ରୀ ଦିବସ ପାଳନ କରାଯାଇଛି । ସଭାର ପ୍ରାରମ୍ଭରେ ଧରିତ୍ରୀ ମାତାକୁ ପୂଜାର୍ଚ୍ଚନା କରିବା ସହ ଶିକ୍ଷକ ରାଜକିଶୋର ନାୟକ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ତତ୍ପରେ ଅବସରପ୍ରାପ୍ତ ଶିକ୍ଷକ ତଥା ପରିବେଶ ସାଥି ସଭ୍ୟ ସୁକାନ୍ତ କୁମାର ଚୌଧୁରୀ ପରିବେଶ ସୁରକ୍ଷା ତଥା ପୃଥିବି ପୃଷ୍ଠରେ ରହୁଥିବା ସମସ୍ତ ଜୀବଜନ୍ତୁ ଓ ବୃକ୍ଷଲତାକୁ ସୁରକ୍ଷା ଦେବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ଅଭିଭାଷଣରେ କହିଥିଲେ । ଶିକ୍ଷକ ଗନ୍ଧର୍ବ ପ୍ରଧାନ, କାହ୍ନୁ ଚରଣ ବେହେରା, ବିଶ୍ୱକର୍ମା ବିଭୁପ୍ରସାଦ, ପାଣୁ ଚରଣ ଖଟେଇ , ବିରଞ୍ଚି ସାହୁ,ସୀମାସାହୁ, ଭବାନି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । 'ଶାଳବଣ ସୁରକ୍ଷା କମିଟି'ତରଫରୁ ମଧ୍ୟ ଆଖ ପାଖର ସାଧୁସଙ୍ଖ,
ଶାଳିଆପଲ୍ଲୀ, ଗିରିଡିପଲ୍ଲୀ,ଡହଙ୍ଗି,ସାତପାଟିଆ, ଝାଡସାହି ଆଦି ଗ୍ରାମରେ ଅନୁରୂପ ଭାବେ ଧରିତ୍ରୀ ଦିବସ ପାଳନ କରାଯାଇଛି ।




