ads

Breaking News

ଦଶପଲ୍ଲା ବ୍ଲକ ଅଧ୍ୟକ୍ଷାଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସହାୟତା


ନୟାଗଡ଼ --- ରାଜ୍ୟ ତଥା ଦେଶ କରୋନା ଯୋଗୁ ଲକ ଡାଉନ ଜାରି ରହିଛି । ରାଜ୍ୟ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ବେଳେ ବିଭିନ୍ନ ବଦାନ୍ୟ ବ୍ୟକ୍ତି ଏବଂ ଅନୁଷ୍ଠାନର ସହାୟତାର ସୁଅ ଛୁଟିଛି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ । ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ନୟାଗଡ ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ଶ୍ୱେତ ମହାପାତ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ୫୦,୦୦୦ ଟଙ୍କା ପ୍ରଦାନ କରିଛନ୍ତି ।
ଠିକ ସେହିପରି ଅନୁରୂପଭାବେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସରିଗଣ୍ଡା ଗ୍ରା.ପର ସରପଞ୍ଚ ୧୦,୦୦୦ ଟଙ୍କା ,ତେଣ୍ଡବାଡି ସରପଞ୍ଚ ବିଜୟିନୀ ପ୍ରଦାନ ୧୦,୦୦୦,ଡିହ ଗାଁ ସରପଞ୍ଚ ସଶ୍ମିତା ଦଳେଇ ୧୦ ହଜାର ,ଏବଂ ସିମିଳିସାହି ସରପଞ୍ଚ ଜୋଛନାରାଣୀ ପ୍ରଧାନ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି।
ନୟାଗଡ ସହର ଅନ୍ତର୍ଗତ ଡିଆନବନ୍ଧ ସାହିର ଦୀପକ ପ୍ରଧାନ ୧୦ ହଜାର ଟଙ୍କା ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କର ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ଜଣାପଡିଛି । 
 ନୟାଗଡ଼ ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts