ads

Breaking News

ଥଣ୍ଡା ଓ କାଶ ରୋଗୀଙ୍କୁ ପୁରୀ ମୁଖ୍ୟ ମେଡ଼ିକାଲକୁ ଆସିବାପାଇଁ ମନା


ପୁରୀ------ ସାଧାରଣ ଥଣ୍ଡା ଓ କାଶ ରୋଗୀ ମାନଙ୍କୁ ପୁରୀ ମୁଖ୍ୟ ମେଡ଼ିକାଲ କୁ ଆସିବା ପାଇଁ ବାରଣ କରିଛନ୍ତି ପୁରୀ ସିଡିଏମଓ ଡ଼କ୍ଟର ନୀଳକଣ୍ଠ ମିଶ୍ର। କଲେରା ହସ୍ପିଟାଲରେ ଥିବା ଫ୍ଲୁ ୱାର୍ଡ କୁ ଥଣ୍ଡା କାଶ ରୋଗୀ ଚିକିତ୍ସା ପାଇଁ ଯିବାକୁ ପୁରୀ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପୁରୀ ବାସିନ୍ଦା ଙ୍କୁ ଅନୁରୋଧ କରିଛନ୍ତି। ସେହିପରି ମାସ୍କ ପିନ୍ଧି ଡ଼କ୍ଟର ଙ୍କ ପାଖକୁ ଆସିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଯେତେ ସମ୍ଭବ ହସ୍ପିଟାଲ କୁ ନ ଆସି ହସ୍ପିଟାଲର ହେଲ୍ପ ଲାଇନ ନମ୍ବର ରେ ଜଣାଇ ଲେ ହସ୍ପିଟାଲ କର୍ମଚାରୀ ରୋଗୀଙ୍କ ଘରକୁ ଯାଇ ଚିକିତ୍ସା ନେଇ ପରାମର୍ଶ ଦେବେ। ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏବେ କୋଭିଡ ୧୯ ୱାର୍ଡ ଥିବାରୁ ଏଠାକୁ ଲୋକେ ଆସିଲେ ସଂକ୍ରମଣ ର ଆସଙ୍କା ରହିଛି। ଏଣୁ ଜର , ଥଣ୍ଡା , କାଶ ଥିବା ରୋଗୀ ମାନେ ପୁରୀ ମେଡ଼ିକାଲ ର ହେଲ୍ପ ଲାଇନ ନମ୍ବର କୁ ଫୋନ କରି ଚିକିତ୍ସା ସହାୟତା ନେବାକୁ ପୁରୀ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ  ଶ୍ରୀ ମିଶ୍ର  କହିଛନ୍ତି। ପୁରୀ ମେଡ଼ିକାଲ ର ହେଲ୍ପ ଲାଇନ ନମ୍ବର ହେଉଛି ୨୨୨୧୭୫/ ୨୩୨୦ ୭୪  ।
ସେହିପରି ମୋବାଇଲ ହେଲ୍ପ ଲାଇନ ନମ୍ବର ହେଉଛି ୮୪୮୦୧୫୬୮୪୭ ବୋଲି କହିଛନ୍ତି । 
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts