ads

Breaking News

ମହାମାରୀ କରୋନା ନେଇ ଉତ୍କଳ ଦିବସର ସବୁ ସଭା ସମିତି ବାତିଲ


ପୁରୀ-_---- ଆଜି ଉତ୍କଳ ଦିବସ । ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଓଡିଶା ବ୍ରିଟିଶ ଶାସନ ସମୟରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଗଠନ ହୋଇ ଥିଲା। ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଗଠନ ରେ ମୁଖ୍ୟ ଭୂମିକା ନେଇଥିବା ମହାନ କର୍ଣ୍ଣଧାର
 ମାନଙ୍କୁ ମନେ ପକାଇବା ପାଇଁ ଆଜି ରାଜ୍ୟ ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ତେବେ ମହାମାରୀ କରୋନା ନେଇ ରାଜ୍ୟ ସରକାରଙ୍କ ସାମାଜିକ ଦୂରତ୍ୱ କଟକଣା ପରେ ସବୁ ସଭା ସମିତି ବାତିଲ ହୋଇଛି। ଏଣୁ ରାଜ୍ୟ ସରକାର ଙ୍କ ନିର୍ଦେଶ ମୁତାବକ ପୁରୀ ଜିଲା ପ୍ରଶାସନ କେଵଳ ମହା ପୁରୁଷ  ଙ୍କ ପ୍ରତିମୂର୍ତ୍ତି  ଆଗରେ ପ୍ରଦୀପ ପ୍ରଜ୍ଵଳନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି। ପୁରୀ ସହରରେ ଥିବା ବିଭିନ୍ନ ସ୍ଥାନରେ ଥିବା  ଉତ୍କଳମଣି ଗୋପବନ୍ଧୁ ଦାସ , ଉତ୍କଳ ଗୌରବ ମଧୁସୂଦନ ଦାସ , ଆଚାର୍ଯ୍ୟ ହରିହର ଙ୍କ ପ୍ରତିମୂର୍ତ୍ତି ସମେତ ମହାମନିସୀ ଙ୍କ ପ୍ରତିମୂର୍ତ୍ତି ରେ କେଵଳ ପ୍ରଦୀପ ପ୍ରଜ୍ଵଳନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।  ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts