ads

Breaking News

ଅତାବିରା ଏନଏସି ରାଜରାସ୍ତାର ପାର୍କିଂ ସ୍ଥଳରୁ ଷ୍ଟିଟ ଲାଇଟି ଚୋରି


Atabira News  And Photo, N  Das
   ବରଗଡ଼-----  ବରଗଡ଼ ଜିଲ୍ଲା ଅତବିରା ଏନଏସି ଅଞ୍ଚଳରେ ଦିନକୁ ଦିନ ଚୋରି,ଡକାୟତି,ଲୁଟମାର ଘଟଣା ନିତିଦିନିଆ ହୋଇଯାଇଛି । ଏହି ଅଞ୍ଚଳରେ ପାଇଖାନା, ନଳକୂପ,କୂଅ,ପୋଖରୀ,ପାଣି ଚୋରି ପରେ ଏବେ ଦୁବୁର୍ତ୍ତ‌ ମାନଙ୍କର ନଜର ଷ୍ଟିକ୍ ଲାଇଟି ଉପରେ ।   ଜାତୀୟ ରାଜପଥ କଡ ତଥା ବରଗଡ଼-ସମ୍ବଲପୁର ରାସ୍ତାର ଅତାବିରା କୋଶଳ ଆନ୍ଦ୍ର କଲ୍ୟାଣ ମଣ୍ଡପ ସାମ୍ନା ରୋଡ଼ ଉପରେ ଥିବା ରାଜରାସ୍ତାର ଆଲୋକୀକରଣ ସକାଶେ ଲାଗିଥିବା ଲାଇଟ ଖୁଣ୍ଟ ଏବେ ଉଭାନ ହୋଇଯାଇଛି। ଅନ୍ୟ ଖୁଣ୍ଟ  ଗୁଡ଼ାକ ବିପଦ ସଂକୁଳ ଅବସ୍ଥାରେ ଠିଆ ହୋଇଛି। ଉକ୍ତ ଖୁଣ୍ଟ ଗୁଡ଼ିକ ଚୋରି ହେବା ପରେ  ପୋଷ୍ଟ ଗୁଡିକ ରେ   ବିଦ୍ୟୁତ ସରବରାହ ଜାରି ରହିଥିବାର ଲୋକେ କହନ୍ତି ।  ବେଳେ ବେଳେ ସେଇ ଜାଗାରୁ ସ୍ପାର୍କ ହୋଇ ନିଆଁ ବହାରୁଛି । ତେବେ ଏନେଇ ରାଜରାସ୍ତାର ଦାଇତ୍ୱରେ ଥିବା କର୍ମଚାରୀ ମାନଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ଲୋକମାନେ କହନ୍ତି । କେତେବେଳେ ଯେ ଏଠାରେ ଦୁର୍ଘଟଣା ଘଟିବ ତାହା କହିବା କଷ୍ଟକର ବୋଲି  ଲୋକେ କହନ୍ତି। ତେବେ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ଏହାର ସୁବ୍ୟବସ୍ଥା କରିବା ପାଇଁ ଦାବି ହେଉଛି। ନଚେତ ଆଗାମୀ ଦିନରେ କୌଣସି ଅଘଟଣ ଘଟେ ତେବେ ରାଜରାସ୍ତା ଦାୟିତ୍ୱରେ ଥିବା  ଅଧିକାରୀମାନେ ଦାୟୀ ରହିବେ ବୋଲି  ଲୋକମାନେ କହନ୍ତି ।
ବରଗଡ଼ରୁ ଜିଲ୍ଲା ପ୍ରତିନିଧି ନବୀନ ଦାଶଙ୍କ ରିପୋର୍ଟ

ads

Blog Archive