ads

Breaking News

ସତ୍ୟବାଦୀରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମଳନୀ

 ସାକ୍ଷୀଗୋପାଳ -----  ସତ୍ୟବାଦୀ  ବିଜେପି ପକ୍ଷରୁ ସାକ୍ଷୀଗୋପାଳ ମନ୍ଦିର ନିକଟସ୍ଥ ପାନ୍ଥଶାଳରେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମଳନୀ ଅନୁଷ୍ଠିତ ହୋଇଥିଲା । ପୁରୀ ଜିଲ୍ଲାର ବିଜେପିର ଉପସଭାପତି ବିଶ୍ୱଜିତ୍ ବଡଜେନା ଏହି ସମ୍ମଳନୀରେ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ  ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଯୁବନେତା ଓମ ପ୍ରକାଶ ମିଶ୍ରଙ୍କ ନାମରେ ଏକ ଟିଭି ଚ୍ୟାନେଲ ତାଙ୍କୁ ବଦନାମ ଓ ବିଜେପି ଦଳକୁ ବଦନାମ କରିବା ପାଇଁ ପ୍ରସାର କରିଛି ବୋଲି କହିଥିଲେ  । ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଓମ ପ୍ରକାଶ ମିଶ୍ର ଓ ତାଙ୍କ ଧର୍ମପତ୍ନୀଙ୍କ ନାମ ରାଜ୍ୟ ସରକାରଙ୍କ କୃଷି ତାଲିକାରେ ନାମ ପ୍ରକାଶ ପାଇଥିଲା  । ପ୍ରଥମ ପର୍ଯ୍ୟାୟରେ ନାମ ପ୍ରକାଶ ପାଇଥିବା ଚାଷୀ ମାନଙ୍କ ଆକାଉଣ୍ଟକୁ ୨୫ ତାରିଖ ଦିନ ୫ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିଲା  । ଏହାକୁ ନେଇ ଉକ୍ତ ଚ୍ୟାନେଲ କଳ୍ପକଳ୍ପିତ ମନ ଗଡା କାହାଣି କରିଛି ବୋଲି ଓମ ପ୍ରକାଶ ମିଶ୍ର ସାମ୍ବାଦିକ ମାନଙ୍କୁ କହିଛନ୍ତି ।  ମାତ୍ର ରାଜ୍ୟ ସରକାରଙ୍କ ଏହି କୃଷକ ମାନଙ୍କ ତାଲିକା  ପ୍ରକାଶ ପାଇବା ପରେ ଓମ ପ୍ରକାଶ ଓ ତାଙ୍କ ଧର୍ମପତ୍ନୀ ତୁରନ୍ତ ଏ ତାଳିକାରୁ ବାଦ ପଡିବା ପାଇଁ ଫର୍ମ ପକାଇ ସରକାରଙ୍କ କାଳିଆ ଯୋଜନାରୁ ଠାରୁ ଦୂରେଇ ଯାଇଥିବା  ରାଜ୍ୟ ସରକାର ପ୍ରକାଶ କରିଥିବା ତାଳିକାରୁ ଜଣାପଡିଛି  ।  ସେହିପରି ବ୍ୟାଙ୍କ ଆକଉଣ୍ଟରେ କାଳିଆ ଯୋଜନାରେ ଟଙ୍କା ଯାଇନାହିଁ ବୋଲି ପ୍ରମାଣ ମଧ୍ୟ ଦେଇଛନ୍ତି । ଏଣୁ ରାଜ୍ୟରେ ବିଜେପି ପ୍ରତି ଲୋକମାନଙ୍କର ସମର୍ଥନ ବଡୁଥିବାରୁ ବିରୋଧି ଦଳ ମିଥ୍ୟାରେ ଏହି ପ୍ରଚାର କରିଛନ୍ତି । ସେହିପରି ମୋ ନାମରେ ଅନେକ ମିଥ୍ୟା ପ୍ରଚାର କରାଯାଇଛି ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମଳନୀରେ କଣାସ ବ୍ଳକର ପୁର୍ବତନ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁ, ସତ୍ୟବାଦୀ ବ୍ଳକ ମଣ୍ଡଳ ସଭାପତି ଉମେଶ ଚନ୍ଦ୍ର ପ୍ରଧାନ, ଅଳଗୁମ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ମହିଳା ମୋର୍ଚ୍ଚା ସଭାନେତ୍ରୀ ରୀତା ତିପ୍ରାଠୀ, କଣାସ ମଣ୍ଡଳ ସଭାପତି ପ୍ରତାପ କୁମାର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

 

ads

Blog Archive

Popular Posts