ads

Breaking News

ଆଚାର୍ଯ୍ୟ ହରିହରଙ୍କ ଶ୍ରାଦ୍ଧ ଓ ଶିଶୁ ଭବନର ୪୦ତମ ପ୍ରତିଷ୍ଠା ଦିବସ ପାଳନ

ସାକ୍ଷୀଗୋପାଳ-------- ପଞ୍ଚସଖାଙ୍କ ମଧ୍ୟରୁ  ତ୍ୟାଗର ମଣିଷ ଥିଲେ ଆଚାର୍ଯ୍ୟ ହରିହର  । ସେ ସବୁ ବେଳେ କହୁଥିଲେ ଭଲ ମଣିଷ ହୁଅ । ସେ ଦୀନ ଦୁଃଖିଙ୍କ ମନର ଭାବକୁ ବୁଝି ପାରୁଥିଲେ  । ସରଳ, ଶାନ୍ତ, ଜ୍ଞାନୀ, ଗୁଣି ସବୁ ଦିଗରେ ସେ ପାରଙ୍ଗମ ଥିଲେ ବୋଲି  ତାଙ୍କ ଶ୍ରାଦ୍ଧ ଦିବସ ଓ  ସ୍ୱର୍ଗତ ବାମନ ଚରଣ ଦାଶଙ୍କ ଦ୍ୱାରା ପ୍ରତିଷ୍ଠାତା ଲାଭ କରିଥିବା  ଆ·ର୍ଯ୍ୟ ହରିହର ଶିଶୁ ଭବନର ୪୦ ତମ ପ୍ରତିଷ୍ଠା ଦିବସରେ ଯୋଗଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ  ।  ସାକ୍ଷୀଗୋପାଳ ମନ୍ଦିର ପଛ ପାଶ୍ୱରେ ଥିବା ଆଚାର୍ଯ୍ୟ ହରିହର ଶିଶୁ ଭବନ ପରିସରରେ ଗୁରୁବାର ଦିନ ପାଳିତ ହୋଇଯାଇଛି । ଶିଶୁ ଭବନର ଅନ୍ତୋବସୀ ମାନେ ପ୍ରଭାତ ଫେରି କରିବା ସହ ବସଷ୍ଟାଣ୍ଡ ପଞ୍ଚସଖା ମଣ୍ଡପ ଓ ବକୁଳବନ ସାମାଧି ପୀଠରେ ମାଲ୍ୟର୍ପଣ କରିଥିଲେ  ।   ଅନୁଷ୍ଠାନ ପରିସରରେ ଥିବା ଆ·ର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳନ ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା  ।  ସଂଗୀତ ଗୁରୁ ଅଚ୍ୟୁତ ମାହରଣାଙ୍କ ସଂଯୋଜନାରେ ଶିଶୁ ଭବନର ଛାତ୍ର ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ  । ସହ ସମ୍ପାଦକ ତାରିଣୀ ପ୍ରସାଦ ମିଶ୍ର ଅନୁଷ୍ଠାନର ବାଷିକ ବିବରଣୀ ପାଠ କରିଥିଲେ  । ଏହି ସଭାରେ ମୁଖ୍ୟଅତିଥି ଭାବରେ ପୁରୀ ଆଇନଜୀବି ସଂଘର ସଭାପତି ପ୍ରେମାନନ୍ଦ ମହାନ୍ତି ଯୋଗଦେଇ ସ୍ମୃତି ଚାରଣ କରିଥିଲେ  ।  ମୁଖ୍ୟ ବକ୍ତା ଭାବେ ସାହିତ୍ୟ ଏକାଡେମୀ ପୁରଷ୍କାର ପ୍ରାପ୍ତ ଶିଶୁ ସାହିତ୍ୟକ ବୀରେନ୍ଦ୍ର ମହାନ୍ତି  ଯୋଗଦେଇ  ଆଚାର୍ଯ୍ୟ ମହାଶୟ ସବୁବେଳେ କହୁଥିଲେ ସେବାହିଁ ପରମ ଧର୍ମ, ସେବା ହିଁ ପରମ କର୍ମ, ସବୁ ବେଳେ  ସତ୍ୟ କୁହ , ନିଶ୍ଚୟ କଷ୍ଟ ହେବ ମାତ୍ର  ସତ୍ୟର ସବୁ ବେଳେ ଜୟ ହୋଇଥାଏ  ବୋଲି ଶ୍ରୀ ମହାନ୍ତି କହିଥିଲେ  । ସମ୍ମାନୀୟ ଅତିଥି ଭାବରେ  ଆଇନଜୀବି ପୁଷ୍କର ମହାପାତ୍ର, ଯୋଗଗୁରୁ ସୁବାଷ ମହାପାତ୍ର, ସାମ୍ବାଦିକ କିଶୋର ମହାପାତ୍ର, ସତ୍ୟବାଦୀ ଗୁରୁକୂଳ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସସ୍ମିତା ମିଶ୍ର, ବିଦ୍ୟାଳୟର ସମ୍ପାଦକ ଲିଙ୍ଗରାଜ ପଣ୍ଡା, ଅନୁଷ୍ଠାନର ପରିଚାଳନା କମିଟିର ସଦସ୍ୟ ବ୍ରଜବଂଧୁ  ନନ୍ଦ,  ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ସୁରେନ୍ଦ୍ର ସାହୁ , ବାବନ ବରାଳ ପ୍ରମୁଖ ଯୋଗଦେଇ ଆଚାର୍ଯ୍ୟ ହରିହରଙ୍କ ସ୍ମତି ଓ ତାଙ୍କ ନାମକୁ ସତ୍ୟବାଦୀରେ ଜୀବିତ ରଖିଥିବା ସ୍ୱର୍ଗତ ବାମନ ଦାସଙ୍କ ସ୍ମୁତି ଚାରଣ କରିଥିଲେ  । ଶିଶୁ ଭବନର ପରିଚାଳକ ପ୍ରମୋଦ କୁମାର ଜେନା,  ଶାନ୍ତି ଲତା ଚୌଧୁରୀ  ଲକ୍ଷ୍ମୀଧର ସାହୁ,କୃଷ୍ଣପ୍ରସାଦ ପଣ୍ଡା ଓ ଦେବଯାନୀ  ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ  ।  ଅନୁଷ୍ଠିତ ସଭାରେ ଅନୁଷ୍ଠାନର ଉପସଭାପତି ବୀରେନ୍ଦ୍ର ଭୂଷଣ ହୋତା  ଅତିଥି ପରିଚୟ ପ୍ରଦାନ କରିବା ସହ ସଭାକାର୍ଯ୍ୟ ପରିଚାଳନା  ଓ ଧନ୍ୟବାଦ ପ୍ରଦାନ କରିଥିଲେ  । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts