ads

Breaking News

ଦୁଗଲ ଗ୍ରାମରେ କଲ୍ୟାଣମଣ୍ଡପ ଉଦଘାଟିତ


ସାକ୍ଷୀଗୋପାଳ-----  ସତ୍ୟବାଦୀ ବ୍ଳକର ଦୁଗଲ ଗ୍ରାମ ପଞ୍ଚାୟତରେ  କଲ୍ୟାଣମଣ୍ଡପ ସୋମବାର ଉଦ୍ଘାଟିତ ହୋଇଯାଇଛି ।   ପଞ୍ଚାୟତ ରାଜ ବିଭାଗ ପକ୍ଷରୁ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ପାଇଁ ଅର୍ଥ ଯୋଗାଇ ଦିଆଯାଇଥିଲା  । ଯାହାକି ଉକ୍ତ ଗ୍ରାମବାସୀଙ୍କର ବହୁ ଦିନର ଦାବୀ ପୂର୍ଣ୍ଣ ହୋଇ ପାରିଛି ବୋଲି ଗ୍ରାମର ସମାଜିକ କର୍ମୀ ବିକ୍ରମ ଜେନା (ରଙ୍ଗା ) କହନ୍ତି । କଲ୍ୟାଣ ମଣ୍ଡପ କାର୍ଯ୍ୟ ବହୁ ଶିଘ୍ର ଶେଷ କରିଥିବାରୁ ସ୍ଥାନୀୟ ସରପଞ୍ଚ ପ୍ରକାଶ  ଚନ୍ଦ୍ର ଖଟେଇଙ୍କୁ ଅତିଥି ମାନେ ସାଧୁବାଦ ଜଣାଇଥିଲେ  । ଜିଲ୍ଲାପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ , ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା, ସରପଞ୍ଚ ପ୍ରକାଶ ଖଟେଇ, ସଭିତିସଭ୍ୟ ଯଦୁମଣି ପ୍ରଧାନ,  ଜିଲ୍ଲାପରିଷଦସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ,  ଶୁକଳ ସରପଞ୍ଚ ଜଳନ୍ଦର ସେଠୀ, ମୂଳ ଅଳସା ସମିତିସଭ୍ୟାଙ୍କ ପ୍ରତିନିଧି ସ୍ୱାଧୀନ ଜେନା, ଦୁଗଲ ଗ୍ରାମ ପଞ୍ଚାୟତ ବିଜେଡି ସଭାପତି କୈଳାସ ଜେନା, ପଞ୍ଚାୟତର ପୁର୍ବତନ ସରପଞ୍ଚ ଭୁବେନେଶ୍ୱର ମୁଦୁଲି . ଦୁଗଲ ପଞ୍ଚାୟତର ନାଏବ ସରପଞ୍ଚ ସୁରମା ସ୍ୱାଇଁ ଓ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଙ୍କ ସହ ବ୍ଳକ ଅଧ୍ୟକ୍ଷା ଉଦ୍ଘାଟନ ଉତ୍ସବରେ ଉପସ୍ଥିତ ରହିଥିଲେ  । ଉଦ୍ଘାଟନ ଉତ୍ସବରେ ସଂଯୋଜନା କରିଥିଲେ ନରେନ୍ଦ୍ର ପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର । ସମିତିସଭ୍ୟ ଗ୍ରାମ ପଞ୍ଚାୟତ ଅଧିକାରୀ ରାମଚନ୍ଦ୍ର ସାମନ୍ତରାୟ  ଏହି ଅବସରରେ କଲ୍ୟାଣମଣ୍ଡପ କୂଜା ପାଠ ସହିତ ସଂକୀର୍ତ୍ତନ କରାଯାଇଥିଲା  । ବ୍ଳକର ବିଭାଗୀୟ ଜେଇ ମାନଙ୍କ ସହ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ  । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରି ରାମଚନ୍ଦ୍ର ସାମନ୍ତରାୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts