ads

Breaking News

ହରିରାଜପୁର ଗ୍ରାମ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମରେ ଶହିଦ ଯବାନଙ୍କ ପାଇଁ ଶୋକସଭା

 ଡେଲାଙ୍ଗ---- ଡେଲାଙ୍ଗ ବ୍ଳକର ହରିରାଜପୁର ଗ୍ରାମ ପଞ୍ଚାୟତରେ ଶନିବାର ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆତଙ୍କୀ ମାନଙ୍କ ଦ୍ୱାରା ଶହିଦ ହୋଇଥିବା ଭାରତୀୟ ବୀର ଯବାନ ମାନଙ୍କ ପାଇଁ  ନୀରବ ପ୍ରାର୍ଥନା କରାଯିବା ସହ ଶୋକ ସଭା କରାଯାଇଥିଲା  ।  ଉକ୍ତ ପଞ୍ଚାୟତରେ ପଞ୍ଚାୟତ ଅଧିବାସୀ ମାନେ କେତେକ କାରଣକୁ ନେଇ  ପଞ୍ଚାୟତ ସ୍ତରୀୟ ଭୋଟ ବର୍ଜନ କରିଛନ୍ତି । ଯାହା ଫଳରେକି ଅତିରିକ୍ତ ବିଡିଓ ପ୍ରଦୀପ୍ତ ନାୟକ ଏଠାରେ ସରପଞ୍ଚ ଦାୟତ୍ୱରେ ରହିଛନ୍ତି । ପିଠା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଧାୟକ ପ୍ରଦୀପ୍ତ ମହାରଥୀ ଯୋଗଦେଇ ଓଡିଶାରେ ଜନପିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ଜନହିତକର ଯୋଜନା ଗୁଡିକ ସମ୍ପର୍କେ ଆଲୋକପାତ କରିଥିଲେ  । ଅନ୍ୟତମ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ସମବାୟବିର୍ତ୍ତ ବୈରାଗୀ ଜେନା, ପିପିଲି ବ୍ଳକର ଆତ୍ମାର ସଭାପତି ତଥା ତେଇଶିପୁର ପଞ୍ଚାୟତର ସମିତିସଭ୍ୟ ଧରଣୀଧର ସାହୁ, ପୂର୍ବତନ ସରପଞ୍ଚ ପ୍ରସନ୍ନ ମହାରଥୀ, ସିଡିପିଓ କାମିନୀ ପ୍ରଭା ସ୍ୱାଇଁ, ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ପୂର୍ବତନ ସରପଞ୍ଚ ଦୁର୍ବାସା ନିଶଙ୍କ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ସମ୍ପର୍କେ ନିଜସ୍ୱ ମତ ରଖିଥଲେ  । ଏହି ଅବସରରେ ନୂତନ କରି ନିର୍ମାଣ କରାଯାଇଥିବା କଲ୍ୟାଣମଣ୍ଡପ ବିଧାୟକ ଶ୍ରୀ ମହାରଥୀ ଉଦ୍ଘାଟନ କରିଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts