ads

Breaking News

ସତ୍ୟବାଦୀ ଅଞ୍ଚଳରୁ ପ୍ରତିଦିନ ଗୋରୁ, କଇଁଚ ବାହାର ରାଜ୍ୟକୁ ପଠାଯାଉଛି

 ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅଞ୍ଚଳରୁ ପ୍ରତିଦିନ ଗୋରୁ ଓ କଇଁଚ ବାହାର ରାଜ୍ୟକୁ ବେ ଆଇନ ଭାବରେ ପଠାଯାଉଥିବା ଜଣାପଡିଛି । ଖରାଦିନ ଆଗରୁ  ବିଭିନ୍ନ ଗ୍ରାମରେ ଥିବା ଜୋର ଗଡିଆ ଗୁଡିକ ମାଛ ଧରିବା ନାମରେ ମେସିନ ଲଗାଇ ପାଣି ଶୁଖାଯାଇ ମାଛ ଓ କଇଁଚ ଧରା ହୋଇ ବାହାର ରାଜ୍ୟକୁ ପଠାଯାଉଛି । ସୋମବାର ଦିନ ଶୁକଳ ଗ୍ରାମ ପଞ୍ଚାୟତର କୃଷକ ସାଥୀ  ସୁଶାନ୍ତ କୁମାର ମଲିକ କୌଣସି ସୁତ୍ରରୁ ଖବର ପାଇଲେ ଯେ ତାଙ୍କ ଅଞ୍ଚଳରୁ କଇଁଚ ଶିକାର କରାଯାଇ ବହାରକୁ ନିଆଯାଉଛି । ସେ ସଙ୍ଗେ ସଙ୍ଗେ ତାଙ୍କର ଯୁବକ ସାଥୀ ମାନଙ୍କୁ ଧରି ଉକ୍ତ କଇଁଚ ଧରିଥିବା ଲୋକମାନଙ୍କୁ କଇଁଚ ବିକ୍ରୟ କରିବା ପାଇଁ ନେବା ଏକ ବଡ ଅପରାଧ ସଙ୍ଗେ ସମାନ ବୋଲି  ବୁଝାଇବା ପରେ ଉକ୍ତ କଇଁଚ ଗୁଡିକ ପାଖରେ ଥିବା ଠାକୁରଙ୍କ ପୋଖରୀରେ ଛାଡିଥିବାର ଜଣାପଡିଛି  । କଇଁଚ ମାନଙ୍କୁ ଯଦି ଜଙ୍ଗଲ ବିଭାଗ ଓ ପୋଲିସ ପକ୍ଷରୁ ସୁରକ୍ଷା ନ ଯୋଗାଇ ଦିଆଯିବ ତାହେଲେ ଆଗାମୀ ଦିନରେ ବଡ ଧରଣର ଯୁବକ ମାନେ ଆନ୍ଦୋଳନ କରିବେ ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts