ads

Breaking News

ଆଠବାଟିଆ ଠାରୁ ବାରଘରିଆସାହି ରାସ୍ତାର ଶିଳାନ୍ୟାସ କଲେ ସାଂସଦ ଓ ବିଧାୟକ

ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନୂଆସୋମେଶ୍ୱରପୁର ଗ୍ରାମ ପଞ୍ଚାୟତର ଆଠବାଟିଆ ଠାରୁ ବାରଘରିଆ ସାହି ରାସ୍ତାର ଶିଳାନ୍ୟାସ ପୁରୀ ସାଂସଦ ପିନାକୀ ମିଶ୍ର ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି  । ସାକ୍ଷୀଗୋପାଳ- ଅଳଗୁମ ପିଡ୍ୟୁଡି ରାସ୍ତା ଠାରୁ ୫ କି.ମି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇଛି  । ଏଥିପାଇଁ ତିନି କୋଟି ୬ଲକ୍ଷ ଟଙ୍କା ଅର୍ଥ ବ୍ୟୟ ବରାଦ କରାଯାଇଛି । ୨.୮ଶହ ମିଟର ପିଚୁ ରହିଥିବା ବେଳେ ୨.୨ଶହ ମିଟର ଗୋଡି ସିମେଣ୍ଟ ଢ଼ଳେଇ ରାସ୍ତା କରାଯିବ ବୋଲି ବିଭାଗୀୟ ସହକାରୀ ଯନ୍ତ୍ରୀ ଓକିଲ ମହାପାତ୍ରଙ୍କ ଠାରୁ ପ୍ରକାଶ  । ଏହି ରାସ୍ତା ବହୁ ଦିନରୁ ପଡିକି ରହିଥିଲା  । ଯାହାକି ଲୋକମାନେ ବର୍ଷା ଦିନରେ ଯିବା ଆସିବା କରିବା କଷ୍ଟକର ହୋଇ ପଡିଥିଲା  । ଅଞ୍ଚଳବାସୀ ଏ ସମ୍ପର୍କରେ ବିଧାୟକ ଶ୍ରୀ ସମାନ୍ତରାୟଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ  । ଏହି ରାସ୍ତା ପାଇଁ ଅଧିକ ଟଙ୍କାର ଆବଶ୍ୟକତାକୁ ଅନୁଭବ କରି ବିଧାୟକ ଉକ୍ତ ରାସ୍ତାକୁ ଆରଡି ବିଭାଗ ଅଧିନକୁ ଦେବା ପରେ ରାସ୍ତା ପାଇଁ ଅର୍ଥ ମଞ୍ଜୁର ହୋଇ ପାରିଛି ବୋଲି ବିଧାୟକଅନୁଷ୍ଠିତ ସଭାରେ କହିଥିଲେ  । ଏହି ଅବସରରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଧୁବ ଚରଣ ଦାଶ, ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ସୋମନାଥ ମୁଦୁଲି, ଦୁଗଲ ପଞ୍ଚାୟତର ସରପଞ୍ଚ ପ୍ରକାଶ ଖଟେଇ, ମହୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ନିରଞ୍ଜନ ମହାରୀ, ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସମିତସଭ୍ୟ ପ୍ରଶାନ୍ତ ମହାପାତ୍ର, ସ୍ଥାନୀୟ ସରପଞ୍ଚ କୃଷ୍ଣପ୍ରିୟା ଦାଶ , ସମିତିସଭ୍ୟ ସୁରେନ୍ଦ୍ର ଭୋଇ ଓ ସାମାଜିକ କର୍ମୀ ସୁନିଲ ପଣ୍ଡା, ପ୍ରମୋଦ ରାଉତରାୟ, ଶଙ୍କର ପ୍ରଧାନ,ସୁରେଶ କୁମାର ସାହୁଙ୍କ ସହିତ ବିଜେଡି କର୍ମୀ ଓ ବାରଘରିଆ ସାହିର ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ  । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ମହିଳା ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ରହିଥିଲେ  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts