ads

Breaking News

ଗୁରୁକୂଳ ପ୍ରତିଷ୍ଠା ଓ ବିଦ୍ୟାର୍ଥୀ ଦିବସ ପାଳିତ

 ସାକ୍ଷୀଗୋପାଳ-----  ଶିଷ୍ୟ ଓ ଗୁରୁ ମଧ୍ୟରେ ସୁ ସମ୍ପର୍କ ଗଠନ କରିବା ବାଟ ହୋଉଛି  ଅନୁଷ୍ଠାନରେ ବିଭିନ୍ନ ଦିବସ ପାଳନ  କରିବା ଏକ ମାଧ୍ୟମ ବୋଲି ପଦ୍ମଶୀ ଓଡିଶୀ ନୃତ୍ୟୁଗୁରୁ ମିନତି ମିଶ୍ର ଅତିଥି ଭାବେ ଯୋଗଦେଇ ଅନୁଷ୍ଠିତ ଗୁରୁକୁଳ ପ୍ରତିଷ୍ଠା ଓ ବିଦ୍ୟାର୍ଥୀ ଦିବସରେ କହିଥିଲେ  । ଆମେରିକା ଓସା ସୋସାଇଟିର ସଭାପତି ପ୍ରତାପ କୁମାର ଦାଶ ଗୁରୁକୁଳ ପ୍ରତିଷ୍ଠା ଦିବସରେ ଅତିଥି ଭାବେ ଯୋଗଦେଇଥଲେ  ।  ସତ୍ୟବାଦୀ ବ୍ଳକର  ବୀରଗୋବିନ୍ଦପୁର ଛକ ନିକଟ ବଡହାଟ ଗ୍ରାମରେ ଅବସ୍ଥିତ ଅଗ୍ରଣୀ ସଂସ୍ଥା ରାମହରି ଦାସ ଓଡିଶୀ ଗୁରୁକୂଳର  ପ୍ରତିଷ୍ଠା ଦିବସ ଶୁକ୍ରବାର ଗୁରୁକୂଳ ପରିସରରେ ଅନୁଷ୍ଠିତ ହୋଇଯାଇଛି ।   ଆମ ସସ୍କୃତି,  ପରମ୍ପରା, ସଂଗୀତ, ବୀଣା, ମର୍ଦ୍ଦଳ ଆଦିର କଳା ର ସୁରକ୍ଷା ଓ ଶିକ୍ଷଣ - ପ୍ରଶିକ୍ଷଣ ସମ୍ବନ୍ଦରେ ଉପସ୍ଥିତ ଅତିଥି ମାନେ ଆଜିର ସମାଜରେ ଏହି ରାମହରି ଦାସ ଗୁରୁକୁଳ ବଞ୍ଚାଇ ରଖିଛି ବୋଲି ମତ ପ୍ରକାଶ କରିଥିଲେ  । ଏହି ଅବସରରେ ଗୁରୁକୂଳର କୁନି କୁନି ବିଦ୍ୟାର୍ଥୀ ମାନଙ୍କ  ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା  । ମୁଖ୍ୟ ଅତିଥି ଭାବରେ ବିଖ୍ୟାତ ପଦ୍ମଶ୍ରୀ ଓଡିଶୀ ନୃତ୍ୟ ଗୁରୁ ଡ. ମିନତି ମିଶ୍ର, ଓଡିଆ ଭାଷାବିତ୍ତ କୈଳାଶ ଚନ୍ଦ୍ର ଟିକାଏତରାୟ, ଗିତିକାର ଆର୍ତ୍ତତ୍ରାଣ ଶତପଥି, ଶିକ୍ଷାବିତ୍ ନବ କିଶୋର ନନ୍ଦ,  ଜଗନ୍ନାଥ ସଂସ୍କୃତି ବିସାରଦ ଦେବେନ୍ଦ୍ର କୁମାର ଦାସ,  ଗୁରୁକୂଳର ପ୍ରତିଷ୍ଠାତା  ଗୁରୁ ରାମହରି  ଦାସ , ସ୍ଥାନୀୟ ସରପଞ୍ଚ ପ୍ରକାଶ ଖଟେଇ ପ୍ରମୁଖ ଉପସ୍ଥିତ ରହିଥିଲେ  ।  ଗୁରୁକୂଳର ଅଧ୍ୟକ୍ଷ ଧନେଶ୍ୱର ସ୍ୱାଇଁ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ  ।  ସାହିତ୍ୟକ  ପ୍ରକାଶ ସେନାପତି  ସଭାରେ ସଂଯୋଜନା କରିଥିଲେ  । ଏହି ଅବସରରେ ଗୁରୁକୂଳରେ  ମର୍ଦ୍ଧଳ ଓ ଓଡିଶୀ ନୃତ୍ୟୁ ପାଇଁ ରାଜ୍ୟ ସକରାରଙ୍କ ଦ୍ୱାରା ମନୋନୀତ ୫ଜଣ ପ୍ରଶିକ୍ଷାର୍ଥୀଙ୍କୁ ଅତିଥି ମାନେ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ  । ଶେଷରେ ଆଇନିଜିବୀ ଅଞ୍ଜନ କୁମାର ହୋତା ଧନ୍ୟବାଦ ଦେଇଥିଲେ  । ଗୁରୁକୁଳର  ଟ୍ରଷ୍ଟର ସମସ୍ତ ସଭ୍ୟସଭ୍ୟା, ଗୁରୁ, ଶିକ୍ଷାର୍ଥୀ ଓ ଅବିଭାବକ ମାନେ ଉପସ୍ଥିତ ରହିଥିଲେ  । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts