ads

Breaking News

ଗବକୁଣ୍ଡ କଟ୍ ସେତୁ ଶିଳାନ୍ୟାସ କଲେ ରାଜସ୍ୱ ମନ୍ତ୍ରୀ

ସାକ୍ଷୀଗୋପାଳ ---------ସତ୍ୟବାଦୀ ବ୍ଳକର  ଗବକୁଣ୍ଡ କଟ୍ ଉପରେ  ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ସୋମବାର ଦିନ ଏକ ସେତୁର ଶିଳାନ୍ୟାସ କରିଛନ୍ତି । ଉକ୍ତ ସେତୁ ପାଇଁ ନାବାର୍ଡ ପକ୍ଷରୁ ୨୦ କୋଟି ୭୦ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଥିବା ପୁରୀ ଜଳସେଚନ ବିଭାଗର ଭାରପ୍ରାପ୍ତ ଉପଖଣ୍ଡ ଅଧିକାରୀ ତପନ ମଜୁମଦାର ପ୍ରକାଶ କରିଛନ୍ତି   । ସେତୁର ଲମ୍ବ ୩୧୩.୫୦ ମିଟର ହୋଇଥିବା ବେଳେ ଓସାର ୭.୫୦ ମିଟର ରହିଛି ବୋଲି ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାଉତଙ୍କ ଠାରୁ ଜଣାପଡିଛି  । ଦୁଇବର୍ଷ ମଧ୍ୟରେ ସେତୁର କାମ ଶେଷ ହେବ ବୋଲି ଏସଡିଓ ଅନନ୍ତ ଶତପଥୀ କହୁଛନ୍ତି । ଏହି ସେତୁ ନିର୍ମାଣ କରାଗଲେ  ସତ୍ୟବାଦୀ ବ୍ଳକର ସୁଆଁଲୋ,  ରାହାଘୋରଡା, ରାୟଖଣ୍ଡୀ, ପରଜାପଡା, ବିଲିପଡା, ଡାଙ୍ଗୁରା, କେତକୀପାଟଣା, ମହୁରା, ଆଦି ଗ୍ରାମ ସହିତ ପୁରୀ ସଦର ବ୍ଳକର ଢ଼ୋଲ, କାଳିଆକେରା, ବାଙ୍ଗୁରୁବା, ପାଟଯୋଶୀପୁର ଆଦି ଗ୍ରାମବାସୀ ମାନେ ବିଭିନ୍ନ ବ୍ଳକ ସହିତ ସଂଯୋଗ ହୋଇ ପାରିବ  । ଏହି ଅବସରରେ ଅନୁଷ୍ଠିତ ସଭାରେ ରାଜସ୍ୱ ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହି ସେତୁ ନିର୍ମାଣ କରାଗଲେ ସତ୍ୟବାଦୀ, ପୁରୀ ସଦର, ନିମାପଡା, ବଳଙ୍ଗା ଆଦି ଅଞ୍ଚଳର ପ୍ରାୟ ୧୦ ଲକ୍ଷ ଉପକୃତ ହୋଇ ପାରିବେ ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି କହିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ  ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦିବାକର ପାତ୍ର, ସମ୍ବାଦିକ ଧୀରେନ୍ଦ୍ର ନାଥ ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସରୋଜିନୀ ବେହେରା, ପ୍ରାକ୍ତନ ଆୟକର କମିଶନର ଚନ୍ଦ୍ରଶେଖର ଦାଶ, ପୁରୀ ସାଂସଦଙ୍କ ପ୍ରତିନିଧି , ବୈଦ୍ୟନାଥ ଦାଶ, ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ରତିକାନ୍ତ ମିଶ୍ର ପ୍ରମୁଖ ଯୋଗଦେଇଥିଲେ  । ସୁବାଷ ଚନ୍ଦ୍ର ସ୍ୱାଇଁ ସଭାରେ ଅଧ୍ୟକ୍ଷତା କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts