ads

Breaking News

ପ୍ରଧାନ ଶିକ୍ଷକଙ୍କ ବିଦାୟ କାଳୀନ ସଭା

ସାକ୍ଷୀଗୋପାଳ  ------ ସତ୍ୟବାଦୀ ବ୍ଳକର ଅଳଗୁମ ଗ୍ରାମ ପଞ୍ଚାୟତର ଜାଗେଶ୍ୱରୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ କୈଳାସଚନ୍ଦ୍ର ମହାପାତ୍ରଙ୍କର ବିଦାୟ କାଳୀନ ସମ୍ମର୍ଦ୍ଧନା ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷକ ପଞ୍ଚାନନ ସାହୁ ସଭାପତିତ୍ୱ କରିଥିଲେ  । ବିଦ୍ୟାଳୟର ଛାତ୍ରୀ ଛାତ୍ରୀ ମାନେ ବିଦାୟ ପ୍ରଧାନ ଶିକ୍ଷକଙ୍କର ବହୁମୁଖୀ ପ୍ରତିଭା ସମ୍ପର୍କେ ମତ ରଖିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ପୁରାତନ ଛାତ୍ର ସଂସଦର ସଭାପତି ଡ. ବ୍ରଜ କିଶୋର ଜେନା, ପ୍ରଫୁଲ କୁମାର ମହାନ୍ତି, ଜୟକୃଷ୍ଣ ସାହୁ, ଗୌରାଙ୍ଗ ରାଉତରାୟ, କାହ୍ନୁ ଚରଣ ପ୍ରଧାନ, ବିଜୟ କୁମାର ପରିଡା, କୃଷ୍ଣଚନ୍ଦ୍ର ମହାନ୍ତି, ଦୋଳ ଗୋବନ୍ଦ ବରାଳ, ବିନୋଦ ମହାପାତ୍ର ଙ୍କ ସହ ବିଦ୍ୟାଳୟର ବିଭିନ୍ନ କମିଟିର ସଦସ୍ୟ ଦୀନକୃଷ୍ଣ ପ୍ରଧାନ, ରମେଶ ଚନ୍ଦ୍ର ପ୍ରଧାନ, ଶଙ୍କର ସୁବୁଦ୍ଦି ପ୍ରମୁଖ ଉପସ୍ଥିତ ରହି ବିଦାୟ ପ୍ରଧାନଶିକ୍ଷକଙ୍କ ଅବସର କାଳୀନ ସମୟ ସୁଖମୟ ହୋଉ ବୋଲି ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts