ads

Breaking News

ରେଙ୍ଗଳ ଗ୍ରାମ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ

ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର ଶେଷ ପିଠା କାର୍ଯ୍ୟକ୍ରମର  ରେଙ୍ଗଳ ଗ୍ରାମ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଧାୟକ ପ୍ରଦୀପ ମହାରଥୀ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଭାବରେ ଜନ ହିତକର ଯୋଜନା ପ୍ରଣୟନ କରିଛନ୍ତି  । ସେ ଗୁଡିକ ଗ୍ରାମ ମାନଙ୍କରେ ପହଞ୍ଚି ପାରୁଛି କି ନାହିଁ  ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଏକ ମିନି ସଚିବାଳୟ ହେବ ବୋଲି ଯେଉଁ  ଆଶା ରଖିଛନ୍ତି ତାହା ହୋଉଛି ପିଠା । ଏହି କାର୍ଯ୍ୟକ୍ରମରେ ବ୍ଳକ ପ୍ରଶାସନର ସମସ୍ତ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଜନସାଧାରଣଙ୍କ ଅସୁବିଧା ସମ୍ପର୍କେ ଆଲେଚନା କରିବା ସହ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଏହି ପିଠା କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ବୋଲି ଶ୍ରୀ ମହାରଥୀ କହିଥିଲେ  । ଅନ୍ୟ ମାନଙ୍କ ମଦ୍ୟରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,  ସମବାୟ ବିତ୍ତ ବୈରାଗୀ ଜେନା, ସିଡିପିଓ କାମିନୀ ପ୍ରଭା ସ୍ୱାଇଁ, ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ଜିଲ୍ଲାପରିଷଦ ସବ୍ୟ ମଳୟ କୁମାର ମହାନ୍ତି, ଦମୟନ୍ତୀ ନିଶଙ୍କ, ଆତ୍ମାର ସଭାପତି ବିଜୟ ଚମ୍ପତିରାୟ, ପ୍ରାକ୍ତନ ସରପଞ୍ଚ ପଦ୍ମଚରଣ ସାମନ୍ତରାୟ, ମଣ୍ଟୁ ମହାନ୍ତି, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କିଶୋର ଛୋଟରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ୨୫୦ ପରିବାରଙ୍କୁ ବିଦ୍ୟୁତ ଏଲଇଡି ବଲଭ ବଣ୍ଟନ କରାଯିବା ସହ ୨୩ ଜଣଙ୍କୁ ନୂତନ ଭର୍ତ୍ତା ପ୍ରଦାନ କରାଯାଇଥିଲା  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts