ads

Breaking News

ନୂଆଗାଁ ଗ୍ରାମରେ ନୀଳକଣ୍ଠ ଓ ସୋମନାଥ ଦେବଙ୍କ ଶକ୍ତି ଓ ଲିଙ୍ଗ ପୁନଃ ପ୍ରତିଷ୍ଠା

ସାକ୍ଷୀଗୋପାଳ ----ସତ୍ୟବାଦୀ ବ୍ଳକର ଆଦର୍ଶ  ନୂଆଗାଁ ଗ୍ରାମରେ ଛଅଦିନ ଧରି  ଶ୍ରୀ ଶ୍ରୀ ନୀଳକଣ୍ଠ ଦେବ ଓ ଶ୍ରୀ ଶ୍ରୀ ସୋମନାଥ ଦେବଙ୍କ ଶକ୍ତି ଓ ଲିଙ୍ଗ ପୁନଃ ପ୍ରତିଷ୍ଠା ସହିତ ମହାଯଞ୍ଜ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ମହାଯଜ୍ଞ ରବିବାର ପୂର୍ଣ୍ଣାହୂତି ହୋଇଥିଲା  । ପୂର୍ଣ୍ଣାହୂତି ଦେଖିବା ସହ ଅନ୍ନଚଡୁ ପାଇବା ପାଇଁ ଭିଡ ପରିଲକ୍ଷିତ ହୋଇଥିଲା  । ମଙ୍ଗଳବାର ଦିନ ଅଙ୍କୁରା ରୋପଣ, ବୁଧବାର ଜଳଯାତ୍ରା,ପଞ୍ଚକର୍ମ, ସୂର୍ଯ୍ୟପୂଜା, ଅଗ୍ନିସ୍ଥାପନ, ଗର୍ଭାଧାନ, ଶାଳପୂଜା, ଗୁରୁବାର ଯଜ୍ଞାହୂତି, ଆଳତୀ, ପୁଷ୍ପାଞ୍ଜଳୀ, ଶୁକ୍ରବାର ହୋମ, ଠାକୁରଙ୍କ ସ୍ୱାନ, ଠାକୁରଙ୍କ ଶୟନ, ଅଳତୀ, ପୁଷ୍ପାଞ୍ଜଳୀ, ରବିବାର ଦିନ ପ୍ରତିଦିନ ଭଳି ପୂଜାନୀତି ପରେ ନଗର ଭ୍ରମଣ ପୂର୍ଣ୍ଣାହୂତି ଅନୁଷ୍ଠିତ ହୋଇଥିଲା  । ଉକ୍ତଯଜ୍ଞରେ କର୍ତ୍ତା ଭାବେ ପୂର୍ଣ୍ଣଚନ୍ଦ୍ର ମିଶ୍ର, କର୍ତ୍ତୀ ବିନୋଦିନୀ ମିଶ୍ର ରହିଥିଲେ  । ପଣ୍ଡିତ ଭରତ ମିଶ୍ର, ରବି ନାରାୟଣ ମିଶ୍ର, ଚନ୍ଦ୍ର ଶେଖର ମିଶ୍ର, ଚିତ୍ତ ରଞ୍ଜନ ଦାଶ, ଭାପି ଷଢ଼ଙ୍ଗୀ, ଉମାକାନ୍ତ ଷଢ଼ଙ୍ଗୀ, ଆଶିଷ ମିଶ୍ର ଯଜ୍ଞ କାର୍ଯ୍ୟ ଶେଷ କରିଥିଲେ  । ଗ୍ରାମ୍ୟ କୋଠର ସମ୍ପାଦକ ଶିଶିର ମିଶ୍ର ଓ ସୁରେଶ ଚନ୍ଦ୍ର ମିଶ୍ର, ଦେବାଶିଷ ଡଢ଼ଙ୍ଗୀ, ଲକ୍ଷ୍ମୀନାରାୟଣ ମିଶ୍ର, ସଦାଶିବ ମିଶ୍ର ସୂର୍ଯ୍ୟନାରାୟଣ ମିଶ୍ର  ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ  । ସଂଧ୍ୟାରେ ସମୂହ ପ୍ରସାଦ ସେବନ କରାଯାଇଥିଲା  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts