ads

Breaking News

ଅଳଗୁମ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ

 ସାକ୍ଷୀଗୋପାଳ  -----  ସତ୍ୟବାଦୀ ବ୍ଳକର ଅଳଗୁମ ଗ୍ରାମ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଳକ ଉପାଧ୍ୟକ୍ଷା ବିକ୍ରମ କୁମାର ଜେନା ଯୋଗଦେଇ ରାଜ୍ୟ ସକରାରଙ୍କ ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କେ ମତ ରଖିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ  ଜିଲ୍ଲା ପରିଷଦସଭ୍ୟଙ୍କ ପ୍ରତିନିଧି ଦେବାଶିଷ ରାୟ, ବ୍ଳକର ଡ୍ୟୁଇିଓ  ନମିତା ରଥ, ପଞ୍ଚାୟତ କାର୍ଯ୍ୟ ନିବାହୀ ଅଧିକାରୀଣି ସୁଜତା ବିଶ୍ୱାଳ, ସରପଞ୍ଚ ପ୍ରଭାତ ଚନ୍ଦ୍ର ସେଠୀ, ମଧୁବନ ସରପଞ୍ଚ ବିଜୟ କୁମାର ମହାନ୍ତି, ସମାଜସେବୀ ଦର୍ପନାରାୟଣ ମହାନ୍ତି, ସମିତିସଭ୍ୟ ପ୍ରଶାନ୍ତ ମଲିକଙ୍କ ସହ ବିଭିନ୍ନ ୱାର୍ଡ ସଭ୍ୟସଭ୍ୟା ମାନେ ଉପସ୍ଥିତ ରହିଥିଲେ  ।  ନରେନ୍ଦ୍ରପୁର ପଞ୍ଚାୟତର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ  । ସେହିପରି ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ ଯୋଗଦେଇଥିଲେ  । ସରପଞ୍ଚ ଦୁଷନ୍ତ ପ୍ରଧାନ,  ପଞ୍ଚାୟତ କାର୍ଯ୍ୟନିବାହୀ ଅଧିକାରୀଣି  ସମିଷ୍ଠା ସେଠୀ, ପ୍ରାମ୍ୟ କୃଷି ଅଧିକାରୀଣି ରୋଜାଲିନ ଖୁଣ୍ଠିଆ ସିଡିପିଓଙ୍କ ପକ୍ଷରୁ ସୁପରଭାଇଜର ମଧୁସ୍ମିତା କର , ୱାର୍ଡ ସଭ୍ୟସଭ୍ୟା  ଅମିନଜେନା, ନିଳେନ୍ଦ୍ର ରାଇତରାୟ, ମଞ୍ଜୁଲତା ମହାପାତ୍ର, ଭବାନୀ ମହାପାତ୍ର, ନିଳେନ୍ଦି ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ  । ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଆଲେଚନା କରାଯାଇଥିଲା  । ଏହି ଅବସରରେ ବିଦ୍ୟୁତ ବିଭାଗ ପକ୍ଷରୁ ଏଲଇଡି ବଲ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts