ads

Breaking News

ରାଧାମୋହନ ଗୋଷ୍ଠୀ ଗୃହ ଉଦଘାଟନ

ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଗୁଆଳିପଡା ଗ୍ରାମ ପଞ୍ଚାୟତର ପଞ୍ଚୁପଲା ଗ୍ରାମରେ ରାଧାମୋହନ ଗୋଷ୍ଠୀ ଗୃହ ବିଧାୟକ ପ୍ରଦୀପ ମହାରଥୀ ରବିବାର ଉଦଘାଟନ କରିଛନ୍ତି  ।  ମୁଖ୍ୟମନ୍ତ୍ରୀଙ୍କ ଆମ ଗାଁ ଆମ ବିକାଶ ଯୋଜନାରେ ୨ ଲକ୍ଷ ୫୦ ହଜାର  ଟଙ୍କାରେ ଏହି ଗୃହ ନିର୍ମାଣ କରାଯାଇଛି ବୋଲି ବିଧାୟକ ଶ୍ରୀ ମହାରଥୀ କହିଥିଲେ  । ଅନୁଷ୍ଠିତ ସଭାରେ ବିଜେଡି ବ୍ଳକ ସଭାପତି ବୈରାଗୀ ଜେନା ସଭାପତିତ୍ୱ  କରିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଜିଲାପରିଷଦ ସଭ୍ୟ ଦେବାଶିଷ ନନ୍ଦ, ସ୍ଥାନୀୟ ସରପଞ୍ଚ କାଳନ୍ଦୀ ଜରଣ ଜେନା, ସମିତିସଭ୍ୟ ବାସୁଦେବ ଜେନା, ପିପିଲି ବ୍ଳକର ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ବେରବୋଇ ସମିତିସଭ୍ୟ ଅଭିମନ୍ୟୁ ରାଉତ ପ୍ରମୁଖ ଯୋଗଦେଇ ରାଜ୍ୟ ବିଜେଡି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲେଚନା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆମ ଗାଁ ଆମ ବିକାଶ ଯୋଜନା ଓ ବିଧାୟକ ଶ୍ରୀ ମହାରଥୀଙ୍କ ସହଯୋଗ ଯୋଗୁ ବିଭିନ୍ନ ଗ୍ରାମ ପଞ୍ଚାୟତର ଉନ୍ନତି ହୋଇ ପାରିଛି ବୋଲି ଅତିଥିମାନେ କହିଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts