ads

Breaking News

ସତ୍ୟବାଦୀ ମହୋତ୍ସବ ପାଇଁ ସମନ୍ନୟ ପ୍ରସ୍ତୁତି ବୈଠକ; ସ୍ୱଚ୍ଛ ଭାରତ ବଜାୟ ରଖିବା ପାଇଁ ଆଲେଚନା

ସାକ୍ଷୀଗୋପାଳ ---ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ  ପଞ୍ଚସଖା  ମୁକ୍ତାକାଶ ରଙ୍ଗମଞ୍ଚରେ ୫ମ ବାର୍ଷିକ  ସତ୍ୟବାଦୀ ମହୋତ୍ସବ୧୫ ତାରିଖରୁ ତିନିଦିନ ଧରି ଅନୁଷ୍ଠିତ ହେବ । ବୁଧବାର ଦିନ  ବ୍ଳକ ପ୍ରଶାସନ ପକ୍ଷରୁ ଏକ ସମନ୍ନୟ ପ୍ରସ୍ତୁତି ବୈଠକ ପଞ୍ଚାୟତ ସମିତି ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଡିଓ ଡ. ଗୌରବ ମୟ ପ୍ରଧାନ ସଭାରେ ଅଧ୍ୟକ୍ଷତା କରିଥିଲେ  । ଅତିରିକ୍ତ ବିଡିଓ ସାରଦା ପ୍ରସନ୍ନ ମହାନ୍ତି ସଭାକୁ ପରିଚାଳନା କରିଥିଲେ  । ସତ୍ୟବାଦୀ ମହୋତ୍ସବ ଅନୁଷ୍ଠାନର ସମ୍ପାଦକ ଜାନକି ବଲ୍ଲଭ ବରାଳ କାର୍ଯ୍ୟକ୍ରମ ସମ୍ପର୍କେ ସୂଚନା ପ୍ରଦାନ କରିଥିଲେ  । ବିଶେଷ କରି ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ସଂଗୃହୀତ ପଞ୍ଚସଖାଙ୍କ ଜ୍ୟୋତି ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବଜାର ଦେଇ ମୁକ୍ତାକାଶ ମଣ୍ଡପକୁ ଯିବ । ସେ ସମୟରେ ବଜାର ରାସ୍ତା ଗହଳି ରହିବ । ଏହି ତିନିଦିନରେ ସ୍ଥାନୀୟ ଲୋକକଳା, ସଂସ୍କୃତି ସ୍ଥାନ ପାଇବା ସହ ଜାତୀୟ ଅନ୍ତର୍ଜାତୀୟ କଳାକାର ମାନେ ଏହି ମଞ୍ଚରେ ଯୋଗଦେବେ  । ବିଶେଷ କରି ପାନୀୟ ଜଳ, ଶୌଚାଳୟ ଓ ଯାନବାହନ ରଖିବା ପାଇଁ ସୁ ବନ୍ଦୋବସ୍ଥ କରିବା ପାଇଁ କମିଟି ପକ୍ଷରୁ ଆଲେଚନା କରାଯାଇଥିଲା  ।ସେହିପରି ବୈଠକରେ ଯୋଗଦେଇଥିବା ସତ୍ୟବାଦୀର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାଦର ସମ୍ପାଦିକା ବୀଣାପାଣି ମିଶ୍ର  କହିଥିଲେ ମହୋତ୍ସବରେ ସ୍ୱଚ୍ଛତା ଯେପରି ବଜାୟ ରଖିହେବ ସେ ଦିଗପ୍ରତି ନଜର ଦେବାକୁ ପ୍ରସ୍ତାବ ଉଠାଇଥିଲେ  । ମହୋତ୍ସବରେ ଯେଉଁ ଷ୍ଟଲ ଗୁଡିକ ଖୋଲିବ ସେମାନେ ଯେପରି ସେମାନେଙ୍କ ଷ୍ଟଲ ଆଗରେ ଡଷ୍ଟବିନ ରଖିବେ ସେ ଦିଗପତି ନଜର ଦେବାକୁ ସେ ବୈଠକରେ କହିଥିଲେ  । ସେହିପରି ବିଭିନ୍ନ ବିଭାଗ ପକ୍ଷରୁ ତିନିଦିନ ଧରି ଷ୍ଟଲ ଯେପରି କରିବେ ସେ ଦିଗପ୍ରତି ନଜର ଦେବାକୁ ବିଡିଓ ଶ୍ରୀ ପ୍ରଧାନ ସମସ୍ତୁଙ୍କୁ କହିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ, ପୋଲିସ, ପୂର୍ତ୍ତବିଭାଗ, ବିଦ୍ୟୁତ, ଅଗ୍ନିଶମ, ଶିକ୍ଷା, କୃଷି, ମହିଳା ଶିଶୁ ବିକାଶ ସହିତ ବ୍ଳକର ବିଭିନ୍ନ ଅଧିକାରୀ ମାନେ ଏହି ବୈଠକରେ ଉପସ୍ତିତ ରହି ଆଲେଚନାରେ ଅଂଶ ଗ୍ରହଣ କରିଥିଲେ  । ସତ୍ୟବାଦୀ ମହୋତ୍ସବ କମିଟିର ସଭାପତି ଜାନକି ବଲ୍ଲଭ ମିଶ୍ର, ସଂଯୋଜକ ଦୀପକ କୁମାର ଶତପଥୀ, ଉପଦେଷ୍ଟା ଦୀଲିପ କୁମାର ମହାନ୍ତି, ଆଇନଜୀବି ଅଞ୍ଜନ କୁମାର ହୋତାଙ୍କ ସହ କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ  । ସତ୍ୟବାଦୀ ମହୋତ୍ସବ ଯେପରି ଶାନ୍ତି ଶୃଙ୍ଖଳା ସହିତ ସରସ ସୁନ୍ଦର ହେବ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ  । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts