ads

Breaking News

ଯୁବ ସମାବେଶରେ ସମ୍ମାନୀତ ହେଲେ ଅରିଶଲର ସମୀର

 ଡେଲାଙ୍ଗ----- ପୁରୀ ଜିଲ୍ଲାରେ ଡେଲାଙ୍ଗ ବ୍ଳକ ସବୁକ୍ଷେତ୍ରରେ ଅଗ୍ରଣୀ ଲାଭ କରିବାର ପରମ୍ପରା ରହିଛି । ରଥଯାତ୍ରା, କାର୍ତ୍ତିକମାସ ଆଦି କାର୍ଯ୍ୟରେ ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘ ବେଶ ଅନ୍ୟ ବ୍ଳକ ଅପେକ୍ଷା ଜିଲ୍ଲାରେ ସ୍ୱେଚ୍ଛାସେବୀ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିବା ବେଳେ ଏବେ  ଡେଲାଙ୍ଗ ବ୍ଳକର ଅରିଶଲ ଗ୍ରାମ ପଞ୍ଚାୟତର ବିଜୁ ଯୁବ ବାହିନୀର ସଭାପତି ସମୀର ରଂଜନ ରାଉତ ଆଉ ଏକ ଫର୍ଦ୍ଦ ଯୋଡିଛନ୍ତି । ବୁଧବାର ଦିନ ଖୋର୍ଦ୍ଧା ଗୋଶାଳା ପଡିଆରେ ଅନୁଷ୍ଠିତ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ସମାବେଶକୁ ଉଦ୍ଘାଟନ କରିଥିଲେ  । ଏହି ଅବସରରେ ବ୍ଳକ ଓ ଜିଲ୍ଲାରେ ସ୍ୱେଚ୍ଛାସେବୀ ଭାବେ ଶ୍ରୀ ରାଉତଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମାନପତ୍ର ଦେଇ ସମ୍ମାନୀତ କରିଥିଲେ  । ସେହିପରି ଅନ୍ୟ ବ୍ଳକରୁ ଯୁବତୀ ଓ ଯୁବକ ମାନଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା  । ଯାହା ଫଳରେକି ଯୁବକ ଯୁବତୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମୂଳକ ଭାବେ କାର୍ଯ୍ୟ କରିବା ପାଇଁ ଏହି ସମାବେଶ କରାଯାଇଥିବା ଜଣାପଡିଛି । ସମୀର ମୁଖ୍ୟମନ୍ତ୍ରୀଙ୍କ ଠାରୁ ମାନପତ୍ର ପାଇବା ପରେ ସେ ଏହି ସଫଳତା ପାଇଁ ବିଧାୟକ ପ୍ରଦୀପ ମହାରଥୀଙ୍କୁ ସାକ୍ଷାତ କରିବା ସହ ତାଙ୍କଠାରୁ ଆର୍ଶିବାଦ ନେଇଥିଲେ  । ଏହା ସହିତ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା ପିପିଲି ବ୍ଳକର ଆତ୍ମାର ସଭାପତି ତଥା ତେଇଶିପୁର ସମିତିସଭ୍ୟ ଧରଣୀଧର ସାହୁ ଓ ଡେଲାଙ୍ଗ ବ୍ଳକ ବିଜୁ ଯୁବ ବାହିନୀର ସଂଯୋଜକ ସମସ୍ତଙ୍କୁ କୃତଙ୍ଗତା ଜଣାଇବା ସହ ଏମାନଙ୍କ ସହଯୋଗରେ ଆଜି ଏହି ସଫଳତାର ସିଡି ସେ ଚଡିଛନ୍ତି ବୋଲି କହିଥିଲେ  ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts