ads

Breaking News

ବଳପୁର ଗ୍ରାମ ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହ ପାଇଁ ଶିଳାନ୍ୟାସ

ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକର ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତରୁ ଅଲଗା ହୋଇ ନୂତନ ଗ୍ରାମ ପଞ୍ଚାୟତ ଭାବେ ବଳପୁର  ପଞ୍ଚାୟତ ହୋଇଛି । ମାତ୍ର ଉକ୍ତ ପଞ୍ଚାୟତର ନିଜସ୍ୱ ଗୃହ ନ ଥିବାରୁ ବିଭିନ୍ନ କାର୍ଯ୍ୟକ୍ରମରେ ବାଧା ଉପୁଜୁଛି ।  ପଞ୍ଚାୟତରାଜ ବିଭାଗ ପକ୍ଷରୁ ନୂତନ ଭାବରେ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ପ୍ରାୟ ୩୫ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଥିବା ଜଣାପଡିଛି । ବିଧାୟକ ଉମାକାନ୍ତ ସମାନ୍ତରାୟ ନୂତନ ଗୃହ ପାଇଁ ସରସ୍ୱତୀ ପୂଜାରେ ବଳପୁର ନୂତନ ରାଜସ୍ୱ ନୀରିକ୍ଷକଙ୍କ  କାର୍ଯ୍ୟାଳୟ ନିକଟରେ ଭୂମିପୂଜା କରିଛନ୍ତି । ଏହି ଉତ୍ସବରେ  ଜିଲ୍ଲାପରିଷଦ ସଭ୍ୟ ଧୁବ ଚରଣ ଦାଶ, ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର ପ୍ରଧାନ,  ସରପଞ୍ଚ ଚଞ୍ଚଳା ପାଣି, ପ୍ରକାଶ ଖଟେଇ, ନିରଞ୍ଜନ ମହାରୀ, ରଶ୍ମିତା ପ୍ରଧାନ, ସମିତିସଭ୍ୟା ନିରୁପମା ବେହେରାଙ୍କ ସହିତ ବଳପୁର ଗ୍ରାମ ବାଲୁଙ୍କେଶ୍ବର ଦେବଙ୍କ ମନ୍ଦିର ଟ୍ରଷ୍ଟ ନିରଞ୍ଜନ ମହାପାତ୍ର ଓ ନୃସିଂହ ମହାପାତ୍ର ମହିଳା ଗୋଷ୍ଠୀ ଓ ବିଜୁ ଯୁବ ବାହିନୀର ସଦସ୍ୟ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ  ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts