ads

Breaking News

ଅଗ୍ନିବିପନ୍ନ ପରିବାରଙ୍କୁ ଭେଟିଲେ ବ୍ଳକ ଅଧ୍ୟକ୍ଷ ଓ ଅତିରିକ୍ତ ତହସିଲଦାର

ଡେଲାଙ୍ଗ ------ ଡେଲାଙ୍ଗ ଥାନା ଅନ୍ତର୍ଗତ ବୋଳକଣା ରାଜସ୍ୱ ସର୍କଲ ଅନ୍ତର୍ଗତ  ପଞ୍ଚପଲ୍ଲା ଓ ଗୁଡୁପାଇଲ ଗ୍ରାମରେ ଆଠଟି ପରିବାରଙ୍କର ୧୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ରବିବାର ରାତିରେ ଏହି ଅଗ୍ନିକାଣ୍ଡ ଘଟିଯାଇଛି ।  ସୋମବାର ଦିନ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ସରପଞ୍ଚ କାଳନ୍ଦୀ ଚରଣ ଜେନା, ସମିତିସଭ୍ୟ ବାସୁଦେବ ଜେନା, ଅତିରିକ୍ତ ତହସିଲଦାର ସମରେନ୍ଦ୍ର ଭୂତିଆ , ସୁପରଭାଇଜର ମନୋରଞ୍ଜନ ମିଶ୍ର ଓ ରାଜସ୍ୱ ନିରୀକ୍ଷକ ପ୍ରଜ୍ଞ୍ୟା ପରାମିତା ସାହୁ ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ପଲିଥଇନି ବିତରଣ କରିଛନ୍ତି । ଏହି ଅଗ୍ନିକାଣ୍ଡରେ ପ୍ରାୟ ଆଠ ଲକ୍ଷ ଟଙ୍କାର ସମ୍ପତି ନଷ୍ଟ ପୋଡି ପାଉଁଶ ହୋଇଯାଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି ବୋଲି ଅତିରିକ୍ତ ତହସିଲଦାର ଶ୍ରୀ ଭୂତିଆଙ୍କ ଠାରୁ ପ୍ରକାଶ  । ସେହିପରି ବ୍ଳକ ଅଧ୍ୟକ୍ଷ ଶ୍ରୀ ସାହୁ ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ସମସ୍ତ ପ୍ରକାରର ସରକାରି ସାହାଯ୍ୟ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେବା ସହ ବିଧାୟକଙ୍କୁ ନିବେଦନ କରି ତୁରନ୍ତ ଉକ୍ତ ପରିବାରଙ୍କୁ ଆବସ ଯୋଜନାରେ ସାମିଲ କରାଯିବ ବୋଲି କହିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts