ads

Breaking News

ନୀଳାଚଳ କୃଷକ ମହାସଂଘ ପକ୍ଷର ସତ୍ୟବାଦୀ ତହସିଲ ଆଗରେ ଗଣଧାରଣା ଓ ପ୍ରତିବାଦ ସଭା

ସାକ୍ଷୀଗୋପାଳ ----- ଚାଷୀ ଓ କୃଷକର ଉନ୍ନତି ପାଇଁ ଅହରହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଖରେ ଦାବୀ କରି ଆସୁଛି ନୀଳାଚଳ କୃଷମ ମହାସଂଘ  । ଚାଷୀଙ୍କ ପାଇଁ ଲଢ଼େଇ କରି ମାଡ ଓ ଜେଲ ଯିବାକୁ ପଡିଛି ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ । ତଥାପି ସେମାନେ ଦବୀ ଯାଇନାହାନ୍ତି । ପୁଣି ସେହି ଚାଷୀ ଓ କୃଷକର ଉନ୍ନତି ପାଇଁ ଆନ୍ଦୋଳନ  ଜାରି ରହିଛି  ।  ସତ୍ୟବାଦୀ ନୀଳାଚଳ କୃଷକ ମହାସଂଘ ପକ୍ଷରୁ ପୁରୀ ଜିଲ୍ଲାର ବିଭିନ୍ନ ବ୍ଳକର ଶତାଧିକ ଚାଷୀ ମାନଙ୍କୁ ନେଇ ଶୁକ୍ରବାର ଦିନ ଏକ ଶୋଭାଯାତ୍ରା ସିଦ୍ଦବକୁଳ ଠାରୁ ବାହାରି ବଜାର ମଧ୍ୟ ଦେଇ ବ୍ଳକ ଛକ ଠାରେ ଥିବା ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା  । ତହସିଲ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେବା ସହ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା  ।   ଅନୁଷ୍ଠିତ ସଭାରେ ନୀଳାଚଳ କୃଷକ ମହାସଂଘର ସଭାପତି ଆଇନଜିବୀ ଗୋପିନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଚାଷୀ ମାନଙ୍କ ଦାବୀ ସମ୍ପର୍କରେ ଏକ ସଭା ଅନୁଷ୍ଠିତ ହୋଇଥିଲା  । ଏଥିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଯୋଗଦେଇ  ଉଚ୍ଚ ନ୍ୟାୟଳୟ ଦେଇଥିବା ନିର୍ଦ୍ଦେଶକୁ ଜିଲ୍ଲା ପ୍ରଶାସନ କାର୍ଯ୍ୟକାରି କରୁନାହାନ୍ତି,  ଚାଷୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲେଚନା କରିବା ପାଇଁ ଜିଲ୍ଲା ପ୍ରଶାସନ ସୁଯୋଗ ଦେଉନାହାନ୍ତି ବୋଲି ଶ୍ରୀ ତିପାଠୀ କହିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ନୀଳାଚଳ କୃଷକ ମହାସଂଘର ସମ୍ପାଦକ ଉଗ୍ରସେନ ବିଶ୍ୱାଳ, ଯୁଗ୍ମ ସମ୍ପାଦକ ଦୁଶାସନ ସ୍ୱାଇଁ, ବ୍ରହ୍ମଗିରି ବ୍ଳକର ସଭାପତି ମାକଣ୍ଡ ସ୍ୱାଇଁ,  ସତ୍ୟବାଦୀ ବ୍ଳକର କୃଷକ ସଂଗଠନର ସଭାପତି ଫଗୁ ଚରଣ ପରିଡା, କଣାସ ବ୍ଳକର ସଭାପତି ଯାମିନୀ କାନ୍ତ ବେହେରା , ସଦର ବ୍ଳକ ସଭାପତି ଅରକ୍ଷିତ ଦାଶ,ଉପଦେଷ୍ଟା ନିରଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଦେଇ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଉତଥାପନ କରିଥିଲେ   । କୃଷି ଓ କୃଷକର ଉନ୍ନତି , ନାରିକେଳ ଶିଳ୍ପ, ନଦୀ ସୁରକ୍ଷା, ଚାଷୀଙ୍କୁ ସମ୍ମାନ, କ୍ଷେତକୁ ପାଣି, ମାଷ୍ଟର ପ୍ଳାନ ଜରିଆରେ ଜଳ ନିଷ୍କାସନ,  ଚାଷୀ ମାନଙ୍କୁ ପେନସନ ସହିତ ଧାନ କୁଇଣ୍ଟାଲ ପିଛା ୫ ହଜାରଟଙ୍କା ଧାର୍ଯ୍ୟ କରିବା ପାଇଁ ଆଦି ୯୦ ଦଫା ସମ୍ବଳିତ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ନୃସିଂହ ଚରଣ ସ୍ୱାଇଁଙ୍କୁ ପ୍ରଦାନ କରାଯାଇଥିଲା  । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସତ୍ୟବାଦୀ ଥାନା ଆଇଆଇସି ଜ୍ୟୋତ ପ୍ରକାଶ ସ୍ୱାଇଁ ଫୋର୍ସ ସହିତ ସେଠାରେ ଉପସ୍ଥିତ ରହିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts