ads

Breaking News

ଗାଲେରି ଡିଗ୍ରୀ କଲେଜ ରେ ମାଆ ପାଇଁ ଗଛ ଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ


ଭଞ୍ଜନଗର--
ଆଜି ଗାଲେରି ସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ରେ NSS ତରଫରୁ ମାଆ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ସଭାପତି ରୂପେ, ଅଧ୍ୟାପକ ଦିବ୍ୟ ଲୋଚନ ବିଶ୍ଵାଳ ମୁଖ୍ୟ ବକ୍ତା, ଶିବାନନ୍ଦ ନାୟକ ଓ ବିରୁପାଖ୍ୟ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ବୃକ୍ଷ ଅଭାବରୁ ଆଜି ସାରା ବିଶ୍ୱ ଉତ୍ତପ୍ତ ହେବାରେ ଲାଗିଛି। ପାଣିପାଗ ଜୀବନ ଧାରଣ ରେ ପ୍ରତିକୁଳ ହୋଇଛି। ଯଦ୍ୱାରା ମୌସୁମୀ ବର୍ଷା ହେଉନାହିଁ। ଏଣୁ ପ୍ରକୃତି ଓ ପରିବେଶର ସୁରକ୍ଷା ପାଇଁ NSS ତରଫରୁ ବୃକ୍ଷ  ରୋପଣ ବା ମାଆ ପାଇଁ ଗଛ ଟିଏ  କାର୍ଯ୍ୟକ୍ରମ ମାଧ୍ୟମରେ ପାଞ୍ଚ ଲକ୍ଷ ବୃକ୍ଷ ରୋପଣ ର ସଂକଳ୍ପ ନେଇ ସାରା ଓଡ଼ିଶା ରେ ବିଭିନ୍ନ ଅନୁଷ୍ଠାନ ରେ ଥିବା NSS ଶାଖା ଦ୍ବାରା ସ୍ବତନ୍ତ୍ର ଶିବିର ଆୟୋଜନ କରି ବୃକ୍ଷ ରୋପଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ମଞ୍ଚାସୀନ ଅତିଥି ମାନେ ଏଥିରେ ଭାଗ ନେଇ ଥିବା NSS ର ଭଲ୍ୟୁଣ୍ଟର ମାନଙ୍କୁ ବୃକ୍ଷ ର ଉପକାରିତା ସମ୍ପର୍କରେ ଅବଗତ କରିଥିଲେ। ଅତିଥି ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା।ଏ‌ହା ଆଗାମୀ 10 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମକୁ କଲେଜ ର NSS ର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଦୁର୍ଗା ମାଧବ ଦାଶ ସଂଯୋଜନା କରିଥିଲେ। ପରିଚାଳନା ରେ ଶୟନ, ଶ୍ରୀକାନ୍ତ, ସଙ୍ଗୀତା, ପବିତ୍ର, ଅଞ୍ଜଳି ଆଦି ସହଯୋଗ କରିଥିଲେ ।  ଏଥିରେ ସମସ୍ତ କର୍ମଚାରୀ ତଥା NSS  ଋ ସ୍ଵେଚ୍ଛାସେବୀ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ଓ ସଙ୍ଗୀତା ଧନ୍ୟବାଦ ଅର୍ପଣ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୮/୨୦୨୪----୯,୩୫ 

ads

Blog Archive

Popular Posts