ads

Breaking News

ଗଣ୍ଡାଧର ଗ୍ରାମରେ ନନ୍ଦଉତ୍ସବ ପାଳନ


ଭଞ୍ଜନଗର--ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଗଣ୍ଡାଧର ଗ୍ରାମରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଧୁମ୍‌ଧାମରେ ନନ୍ଦଉତ୍ସବ ପାଳିତ ହୋଇଯାଇଛି। ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଗଣ୍ଡାଧର ସ୍ଥିତ ସମାଜଗୃହ ଠାରେ ରୀତିନୀତି ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ସକାଳୁ ହୋମ ଯଜ୍ଞ ହେବା ପରେ ବିମାନରେ ଠାକୁର ଗ୍ରାମ ପରିଭ୍ରମଣ କରିଥିଲେ। ଗୋପାଳ ସମାଜର କର୍ମକର୍ତ୍ତାମାନ‌େ ଓ କୁନି ବାଳକ ବାଳିକାମାନେ ଶ୍ରୀକୃଷ୍ଣ, ବଳରାମ, ନନ୍ଦରାଜା, ଯଶୋଦା ଆଦି ବେଶରେ ଗ୍ରାମ ପରିଭ୍ରମଣ କରିଥିଲେ। ଏଥିରେ ପଶୁମୁଖା ଯଥା ବାଘ ଓ ଚଇତିଘୋଡା ନୃତ୍ୟ ବେଶ୍ ଆକର୍ଷଣୀୟ ରହିଥିଲା। ଗଣ୍ଡାଧର ଗ୍ରାମ ସହିତ ହରିଶରଣପୁର ଓ ହରିପୁର ଆଦି ଗ୍ରାମରେ ଠାକୁର ନଗର ପରିଭ୍ରମଣ କରିଥିଲେ। ଷୋହଳ ଖଣ୍ଡ ଗୋପାଳ ସମାଜର ଗଣ୍ଡାଧର ସଭାପତି ଶେଷଦେବ ଗୌଡ, ସମ୍ପାଦକ ଦାଶରଥୀ ପ୍ରସାଦ ଗୌଡ, ଖଦାଳ ଗୌଡ, ଦୁଃଖୀଶ୍ୟାମ ଗୌଡ, ଲିଟୁ ଗୌଡ, ମଣ୍ଟୁ ଗୌଡ ଓ ସୂର୍ଯ୍ୟମଣି ଗୌଡ ସମେତ ସମାଜର ସଦସ୍ୟସଦସ୍ୟାମାନେ ସହଯୋଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୮/୨୦୨୪----୬,୫୦ Sakhigopal News,29/8/2024

ads

Blog Archive

Popular Posts