ads

Breaking News

ଆଚାର୍ଯ୍ୟ ହରିହର ଶିଶୁ ଭବନ ପରିଦର୍ଶନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ


ସାକ୍ଷୀଗୋପାଳ ,---- ସାକ୍ଷୀଗୋପାଳ ସ୍ଥିତ ଆଚାର୍ଯ୍ୟ ହରିହର ଶିଶୁ ଭବନ କୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ  ସୁଭ୍ରାଶୁଂ ଶେଖର ମହାରଣା ଏବଂ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପରିଦର୍ଶନ କରିଛନ୍ତି। ଶିଶୁ ଭବନ ପରିସରରେ ଥିବା ଆଚାର୍ଯ୍ୟ ହରିହର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ ଶିଶୁ ଭବନର ଗୃହ ଗୁଡିକ ବୁଲି ଦେଖିଥିଲେ । ପରେ ଅନ୍ତେବାସୀ ମାନଙ୍କ ସହ ବାର୍ତ୍ତାଳାପ କରି ପିଲା ମାନେ ଭଲ ପାଠ ପଢି ଭଲ ମଣିଷ ହେବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ଉପସଭାପତି ବୀରେନ୍ଦ୍ର ଭୂଷଣ ହୋତା, ଅମର ନନ୍ଦ ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନ ସମ୍ପର୍କରେ ଆଲୋକପାତ କରିଥିଲେ।ଅନୁଷ୍ଠାନର ଅଧିକ୍ଷକ ସୁବୋଧ କୁମାର ସ୍ୱାଇଁ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ।ଅନୁଷ୍ଠାନର ସମସ୍ତ କର୍ମଚାରୀ ଓ ଅନ୍ତେବାସୀ ଉପସ୍ଥିତ ଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୮/୨୦୨୪----୮,୪୫ Sakhigopal News,22/8/2024

ads

Blog Archive

Popular Posts