ପାଲା କଳାକାର ଚନ୍ଦ୍ରଶେଖରଙ୍କ ବିୟୋଗରେ ସ୍ମୃତି ସଭା
ସାକ୍ଷୀଗୋପାଳ ---- ସତ୍ୟବାଦୀ ପାଲା ଗାୟକ ମଣ୍ଡଳର ପ୍ରମୁଖ ସଦସ୍ୟ ଚନ୍ଦ୍ରଶେଖର ପରିଡ଼ା(ଶିଖରା)ଙ୍କର ଅକାଳ ବିୟୋଗରେ ମର୍ମାହତ ମଣ୍ଡଳ ସଦସ୍ୟଙ୍କ ଦ୍ଵାରା ଆଜି ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଜଣେ ଉଚ୍ଚକୋଟୀର ସଙ୍ଗୀତ ପାଳିଆ ତଥା ପାଲା କଳାକାର ଏବଂ ପାଲା ଜଗତରେ ଅନେକ କଳାକାରଙ୍କ ମାର୍ଗଦର୍ଶକ ଭାବେ ସାରା ରାଜ୍ୟରେ ସୁପରିଚିତ ଥିଲେ । ସ୍ଥାନୀୟ ନଡ଼ିଆ ଫାର୍ମ ପରିସରସ୍ଥିତ ଚଣ୍ଡୀ ମନ୍ଦିର ଠାରେ ଆୟୋଜିତ ଏହି ସଭାରେ ଉପଦେଷ୍ଟା ଦେବୀପ୍ରସାଦ ମହାପାତ୍ର, ସଭାପତି ବିଶ୍ଵନାଥ ବିଶ୍ଵାଳ, ସମ୍ପାଦକ ରମେଶ ଚନ୍ଦ୍ର ପଲେଇ, ସହ-ସମ୍ପାଦକ ବିଜୟ ଚନ୍ଦ୍ର ସାମନ୍ତରାୟ, ବରିଷ୍ଠ ଗାୟକ ପ୍ରଭାକର ବିଶ୍ଵାଳ,ସଦାଶିବ ବରାଳ,ଧୁରନ୍ଧର ପ୍ରଧାନ, ଜୟୀରାମ ପରିଡ଼ା, ବିଜୟ ସ୍ଵାଇଁ ଓ ଭରତ ଜେନା ପ୍ରମୁଖ ସ୍ଵର୍ଗତ ପରିଡ଼ାଙ୍କ ସ୍ମୃତି କରିଥିଲେ।ସ୍ଵର୍ଗତ ପରିଡ଼ା ନିଜର ସୁଦୀର୍ଘ କଳାକାର ଜୀବନ ମଧ୍ୟରେ ସତ୍ୟବାଦୀର ପ୍ରସିଦ୍ଧ ଗାୟକ ଜ୍ଞାନସାଗର ସଚ୍ଚିଦାନନ୍ଦ ମହାପାତ୍ର ଓ ଗାୟକ ବଳିଆ ସ୍ଵର୍ଗତ ମାଧବ ଚନ୍ଦ୍ର ନାୟକଙ୍କ ସମେତ ଅନ୍ୟ ଗାୟକଙ୍କ ମେଳରେ ଉଚ୍ଚକୋଟୀର ପାଲା ପରିବେଷଣ କରି ଦର୍ଶକଙ୍କ ଦ୍ଵାରା ଆଦୃତ ହୋଇଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୧/୮/୨୦୨୪----୮,୧୦ Sakhigopal News,31/8/2024
ପାଲା କଳାକାର ଚନ୍ଦ୍ରଶେଖରଙ୍କ ବିୟୋଗରେ ସ୍ମୃତି ସଭା
Reviewed by sakhigopal news
on
07:31
Rating: 5
Reviewed by sakhigopal news
on
07:31
Rating: 5



