ads

Breaking News

ବାଲ୍ୟ ବିବାହ ରୋକିବାରେ ଗୋଷ୍ଠୀ ବେତାର କେନ୍ଦ୍ରର ଭୂମିକା ଗୁରୁତ୍ବପୂର୍ଣ ୫ଦିନବ୍ୟାପୀ ରାଜ୍ୟସ୍ତରୀୟ କର୍ମଶାଳା ଉଦ୍ଘାଟନ



କୋଣାର୍କ --- ଆଜି କୋଣାର୍କ ସ୍ଥିତ ଯାତ୍ରୀ ନିବାସରେ  ୫ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଗୋଷ୍ଠି ବେତାର କେନ୍ଦ୍ର ପ୍ରସାରକ ମାନଙ୍କର କର୍ମଶାଳାର ଶୁଭ ଉଦ୍ ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଜିର ସମାଜରେ ସାଧାରଣ ଲୋକଙ୍କର ବ୍ୟବାହାରିକ ପରିବର୍ତ୍ତନ ଦିଗରେ ଗୋଷ୍ଠି ବେତାର କେନ୍ଦ୍ର ଓ ସାମାଜିକ କର୍ମକର୍ତ୍ତାଙ୍କ ଭୂମିକାକୁ ନେଇ ଆଲୋକପାତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବାଲ୍ୟବିବାହ ,ଦଣ୍ଡବିଧି ଆଇନ ଓ ପରିଣାମ ସହ ସାମାଜିକ  ସଚେତନତା , କୋମଳ ମୋତି ଶିଶୁଙ୍କ ସୁରକ୍ଷା, ପକ୍ସୋ ଆଇନର ସଚେତନତା ,କୁମାରୀ ମାତୃତ୍ଵ ରୋକ୍ ଲାଗିବା ,ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା ,ଶିଶୁ ଓ ମାଆଙ୍କ ଶାରୀରିକ ବିକାଶରେ ସଚେତନତାର ଆବଶ୍ୟକତା, କିଶୋରୀଙ୍କୁ ଜୀବନ କୌଶଳ ଶିକ୍ଷା, ଲିଙ୍ଗଗତ ଭେଦଭାବ ଦୂର କରି ଶିଶୁ ମାନଙ୍କର ଶିକ୍ଷା ତଥା ଦକ୍ଷତା ବୃଦ୍ଧିରେ ନିବେଶ କରିବା ପାଇଁ ଅଭିଭାବକଙ୍କୁ ପ୍ରବର୍ତ୍ତାଇବା  । ବାଲ୍ୟ ବିବାହକୁ ଆଗୁଆ ଚିହ୍ନଟ କରି ଉଭୟ ପୁଅ ଓ ଝିଅଙ୍କୁ ସୁରକ୍ଷିତ ରଖିବା ସମ୍ପର୍କରେ ଗୋଷ୍ଠି ବେତାର କେନ୍ଦ୍ରରେ ପ୍ରସାରଣ ନିମନ୍ତେ ବିଷୟ  ପ୍ରସ୍ତୁତ କରିବାକୁ ଅଭ୍ୟସ୍ତ୍ କରାଯାଇଥିଲା । ରାଜ୍ୟ ଗୋଷ୍ଠୀ ବେତାର ମହାସଂଘର ସଭାପତି ଏସ. ଏ. ସଫିକଙ୍କ ସଭାପତିତ୍ୱରେ ଆୟୋଜିତ  କାର୍ଯ୍ୟକ୍ରମରେ ୟୁନିସେଫର ବିଶେଷଜ୍ଞ ଡ. ସୁଗତ ରାୟ, ପରାମର୍ଶଦାତା ଶାରଦା ଲାହାଙ୍ଗିର, ତଜୀନ କ୍ୟୁରେଶୀ, ରେଡିଓ ଆଉଟରିଚର ନିର୍ଦ୍ଦେଶକ ସୁବ୍ରତ ପତି ପ୍ରମୁଖ ଙ୍କ ସମେତ ଓଡ଼ିଶାର ୨୫ ଟି  ଗୋଷ୍ଠି ବେତାର କେନ୍ଦ୍ରର ପ୍ରସାରକ ମାନେ ଯୋଗ ଦେଇଛନ୍ତି। ଆୟୋଜକ ୟଙ୍ଗ ଇଣ୍ଡିଆର ସଭାପତି ବରିଷ୍ଠ ଗୋଷ୍ଠୀ ଗଣମାଧ୍ୟମ ବିଶେଷଜ୍ଞ ଏନ. ଏ. ଶାହା ଅନସାରୀ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ । ଏହି କାର୍ମଶାଳା ଆସନ୍ତା ୨୪ ତାରିଖ ଯାଏଁ ଚାଲିବ । ବିଭିନ୍ନ ଦିବସରେ ରାଜ୍ୟର ବରିଷ୍ଠ ଗଣମାଧ୍ୟମ ବିଶେଷଜ୍ଞ ଯୋଗଦେବେ । ଏହି କର୍ମଶାଳାକୁ ରୋଜାଲିନ, ଅନୁପ,କାଜଲ ପ୍ରମୁଖ ପରିଚାଳନା କରିଥିଲେ । 

କୋଣାର୍କ ରୁ ଅଜିତ ମଲିକ ଙ୍କ ରିପୋର୍ଟ,୨୧/୮/୨୦୨୪---+୭,୩୫ Sakhigopal News,21/8/2024

ads

Blog Archive

Popular Posts