ads

Breaking News

ଅଛାଣ୍ଡପାଲି ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ ମହାକାଶ ଦିବସ ପାଳିତ


 
 ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବ୍ଲକ୍ ର ଉଚ୍ଚ ପ୍ରlଥମିକ ଓ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଜାତୀୟ ମହାକାଶ ଦିବସ ବି. ଇ. ଓ ମଛିନ୍ଦ୍ର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି l ବରପଦର ଅଛlଣ୍ଡପାଲି ଆଞ୍ଚଳିକ ନୋଡାଲ ହାଇସ୍କୁଲ ରେ ଜାତୀୟ ମହାକାଶ ଦିବସ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରିମlଧର ଭୁଏ ଙ୍କ ନେତୃତ୍ବରେ ପରିଚାଳନା  କରିଥିଲେ ।ସ୍ଵତନ୍ତ୍ର ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଯୋଗେଶ ଚନ୍ଦ୍ର ପଧାନ, ଲୁହାଖଣ୍ଡି ସରପଞ୍ଚ ମୀରା ମହାକୁର, ସମିତି ସଭ୍ୟା ପଙ୍କଜିନି ପଶାୟତ ଯୋଗଦାନ କରିଥିଲେ  l ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚନ୍ଦ୍ରଯାନ ସମ୍ବନ୍ଧୀୟ ଚିତ୍ରାଙ୍କନ, କୁଇଜ୍ , ପ୍ରବନ୍ଧ ଲିଖନ ଓ ତର୍କ ପ୍ରତିଯୋଗିତl ଅନୁଷ୍ଠିତ ହୋଇଥିଲା l ସହକାରୀ ଶିକ୍ଷକ ଅମୃତ ଲାଲ୍ ସେଠ୍, ତାପସ କର୍ମୀ, ଗୋବିନ୍ଦ ସେଠ୍, ସୁମିତ୍ ମଲ୍ଲିକ, ସୋମନାଥ ବଢେଇ, ଉମେଶ ପ୍ରସାଦ ଦାସ, ଯବନିକା ପାଣିଗ୍ରାହୀ, ଉଦୟ କୁମାର ବାରିକ୍, ସୁଦାମ ଭୋଇ ଓ ଗୋପାଳ ପଣ୍ଡା ସହଯୋଗ କରିଥିଲେ l
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୪/୮/୨୦୨୪----୮,୩୫ Sakhigopal News,24/8/2024

ads

Blog Archive

Popular Posts