ads

Breaking News

ଭଏସ ଅଫ ମିଡ଼ିଆ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ସାମ୍ବାଦିକ ସୁରକ୍ଷା ଓ ପେନଶନ ଦାବି



ସମ୍ବଲପୁର - ମୁଖ୍ୟମନ୍ତ୍ରୀଙ୍କୁ ସମ୍ବଲପୁର ଜିଲ୍ଳାପାଳଙ୍କ ଜରିଆରେ ସମ୍ବାଦିକ ସୁରକ୍ଷା ଓ ସମ୍ବାଦିକ ପେନସନ ଇତ୍ୟାଦି ଦାବିପତ୍ର ଭଏସ ଅଫ ମିଡ଼ିଆ ସମ୍ବଲପୁର ପକ୍ଷରୁ ପ୍ରଦାନ କରାଯାଇଛି l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଅଜାମ୍ବର ମହାନ୍ତିକୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେଏକ ଦାବିପତ୍ର ଦିଆଯାଇଛି। ଦାବିପତ୍ରରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକଙ୍କୁ ସୁରକ୍ଷା ଆଇନ ପ୍ରଣୟନ, ମଧ୍ୟାବୟସ୍କ ସାମ୍ବାଦିକଙ୍କୁ ପେନଶନ, ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଅଧି୍ସ୍ୱୀକୃତି ପ୍ରଦାନ,ମିଡ଼ିଆ ଏକାଡେମୀ ଗଠନ, ଲୋକସଭା ଭବନକୁ ପ୍ରବେଶ ପ୍ରଦାନ ଇତ୍ୟାଦି ଦାବି ପତ୍ର ପ୍ରଦାନ କରାଯାଇଥିଲା l ସମ୍ବଲପୁର ଜିଲ୍ଳା ସାମ୍ବାଦିକ ସଂଘର ସଭାପତି ରାଧେଶ୍ୟାମ ପଣ୍ଡା, ସମ୍ପାଦକ ଶ୍ରୀହରିଶଙ୍କର ମିଶ୍ର, ସହ ସମ୍ପାଦକ ହିମାଂଶୁ ଶେଖର ତ୍ରିପାଠୀ, ସମ୍ବଲପୁରର ସଭାପତି ବସନ୍ତ ସ୍ୱାଇଁ ଓ ଅନ୍ୟ ସମ୍ବାଦିକ ଗଣ ଉପସ୍ଥିତ ରହିଥିଲେ l
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୦/୮/୨୦୨୪----୯,୪୦ Sakhigopal News,30/8/2024

ads

Blog Archive

Popular Posts