ads

Breaking News

ଉଭିଦ କିସମ ଓ କୃଷକ ଅଧିକାର ସଂରକ୍ଷଣ ଆଇନ ସଚେତନତା ଶିବିର

   


ସାକ୍ଷୀଗୋପାଳ,--- ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଉଭିଦ କିସମ ଓ କୃଷିକ ଅଧିକାର ସଂରକ୍ଷଣ ଆଇନ-୨୦୦୧ ସମ୍ବନ୍ଧିତ କର୍ମଶାଳା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲାର ବିଭିନ୍ନ ବ୍ଳକରୁ ଶତାଧିକ ପୁରୁଷ ଓ ମହିଳା ଚାଷୀ ମାନେ ଏହି ଶିବିରରେ ଯୋଗ ଦେଇଥିଲେ । ବିଶେଷ କରି ଆମର ପରମ୍ପରା ଧାନ ଠାରୁ ପନିପରିବା ଓ ଡାଲି ଜାତୀୟ ବିହନ ବିଲୁପ୍ତ ହେବାକୁ ବସିଛି । ଯାହା ଫଳରେକି ଆମେ ପର ଉପରେ ନିର୍ଭର କରିବାକୁ ପଡୁଛି । ଏବେ କେନ୍ଦ୍ର ଓ ରାଜ୍ୟ ସରକାର ଆଇନ କରିଛନ୍ତି ଯଦି ଜଣେ ସଫଳ ଚାଷୀ ବା ବିଲୁପ୍ତ ହୋଇଯାଉଥିବା ବିହନ ସୁରକ୍ଷିତ ରଖିବା ସହ ଉକ୍ତ ବିହନ ନିଜେ  ଚାଷ କରି ଅନ୍ୟ ଚାଷୀ ମାନଙ୍କୁ ଚାଷ ପାଇଁ ସହଯୋଗ କରି ପାରିଛି ସେ ହେଉଛି ପକୃତ ଚାଷୀ । ଏଣୁ ବିହନ ଯାହାର ଅଧିକାର ତାହାର ବୋଲି ଏବେ କୁହାଯାଉଛି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏବେ ବି ଗାଁ ଗଣ୍ଡାରେ ଚାଷୀ ଓ ମା ମାନେ ନିଜ ବିଲରେ ଉତ୍ପାନକ କରୁଥିବା ଧାନ, ବାଇଗଣ, ଟମାଟୁ, ଲଙ୍କା, ଆଳୁ, କଲରା, ପୋଟଳ, କାଙ୍କଣ, ପୋଇ, ମକା, ଝୁଡୁଙ୍ଗ ଆଦି ପନି ପରିବା ମଞ୍ଜି ସୁରକ୍ଷିତ ରଖି ନିଜେ ଚାଷ କରିବାସହ ଉକ୍ତ ମଞ୍ଜି ବିକ୍ରୟ କରି ନିଜର ଅଧିକାର ବା ନିଜେ ଦିପଇସା ରୋଜଗାର କରିବା ପାଇଁ ସକ୍ଷମ ହୋଇ ପାରିଛନ୍ତି ବୋଲି ଯୋଗ ଦେଇଥିବା ଓୟୁ ଏଟିର ବୈଜ୍ଞାନିକ ମାନେ ମତ ପ୍ରକାଶ କରିଛନ୍ତି । ଏହି ଅବସରରେ ଧାନ, ଗହମ, ଯଅ, ମାଣ୍ଡିଆ ମକା, ବାଜରା ସହିତ ବିଭିନ୍ନ ପନିପରିବା ବିହନ ପ୍ରଦର୍ଶନୀ କରାଯାଇଥିଲା ।  ଯୋଗ ଦେଇଥିବା ଚାଷୀ ମାନେ ସେମାନେ ରଖିଥବେ ବିହନର କିଛି ସାମ୍ପୁଲ ଦେଇ ନିଜ ନିଜ ନାମ ପଞ୍ଜିକରଣ କରିଥିବାର ଜଣାପଡିଛି । ଓୟୁଏଟିର ଡିଇଇ ଡ. ପି ଜେ ମିଶ୍ର କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭବେ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଇସିଏଆର ଡାଇରେକ୍ତଟର ଡ. ପ୍ରଦୀପ ଦେବ, ଆଇସିଏଆର ଡ. ଆର ଆର ବର୍ମା, ପ୍ରଫେସର ଗୌତମ ସାହା ଭାଇସି ଚାନସେଲର ଓୟୁଏଟି, ଆଇସିଏଆର ଅତରୀର ପ୍ରିନିସିପାଲ  ବୈଜ୍ଞାନିକ ଡ, ପି ପି ପାଲ, ଡ. ରବି ପ୍ରକାଶ ଡ, ଡି ମିଶ୍ର, ଡ. ଡିକେ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇ ଚାଷୀ ମାନଙ୍କୁ ଚାଷ ଓ ବିହନ ସଂରକ୍ଷଣ କିପରି କରାଯାଇ ପାରିବ ସେ ସମ୍ପର୍କରେ ଅବଗତ କରିଥିଲେ । ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହସ୍ୱାଗତ ଭାଷଣ ଦେଇଥିଲେ । କୃଷି ବିଞ୍ଜାନ କେନ୍ଦ୍ରର ଗୃହ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସୁମିତ୍ରା ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଡ, ଦୀପାଶିଖା ପରମଜିତି, ଡ. ବିଷ୍ଣୁପଦ ଗିରି, ଡ. ଅମ୍ବିକା ପ୍ରସାଦ ନାୟକ, ରଜେଶ କୁମାର ମହାପାତ୍ର ଓ ବିଭୁ ପ୍ରସାଦ ଦାଶ ଓ ବୈଜ୍ଞାନିକ ସାର୍ଥକ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୮/୨୦୨୪---୭,୨୫

ads

Blog Archive

Popular Posts