ads

Breaking News

ଡାକ୍ତରୀ ଛାତ୍ରୀ ର ହତ୍ୟାକାରୀ ଙ୍କୁ ଫାସି ଦେବାପାଇଁ ଦାବି




      ନୟାଗଡ଼ ----- କଲିକତା ଆର୍ ଜି କର ହସ୍ପିଟାଲ ରେ କାର୍ଯ୍ୟରତ ମହିଳା ଡାକ୍ତର ମୌମିତା ଦେବନାଥ ଙ୍କ ହତ୍ୟାକାରୀ ଙ୍କୁ ତୁରନ୍ତ ଗିରଫ,ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ , ହତ୍ୟାକାରି ଙ୍କୁ ଫାଶୀ ଦେବା ଓ ନାରୀ ସୁରକ୍ଷା ଦାବିରେ ଆଜି ସନ୍ଧ୍ୟାରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ତରଫରୁ ରାଜସୁନାଖଳା ବଜାର ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।ଶତାଧିକ ମହିଳାଙ୍କର ଏକ କ୍ୟାଣ୍ଡଲ ଶୋଭାଯାତ୍ରା ବଜାର ପରିକ୍ରମା କରିଥିଲା  । ଭକ୍ତ ଚରଣ କ୍ଳବ ନିକଟରେ ନାରୀ ନେତ୍ରୀ ସଞ୍ଜୁକ୍ତା ସେଠୀଙ୍କ ସଭାପତିତ୍ବରେ  ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ନିହତ ଡାକ୍ତରୀ ଛାତ୍ରୀଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା।  ସଂଗଠନର ସମ୍ପାଦିକା ପୁଷ୍ପାଞ୍ଜଳୀ ସେନାପତି, ସାନ୍ତିଲତା ରଗଡ଼ ,ମଞ୍ଜୁଲତା ପ୍ରଧାନ ନେତୃତ୍ବ ନେଇଥିଲା ବେଳେ ସୁରେଶ ସ୍ବାଇଁ,ଦୁଶାସନ ଜେନା,ବୈକୁଣ୍ଠ ନାଥ ଖୁଣ୍ଟିଆ,ସବ୍ୟସାଚୀ ସେନାପତି ଓ ଚାପଧାରି ରାଉତ ପ୍ରମ୍ମୁଖ ଯୋଗ ଦେଇଥିଲେ। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୧/୮/୨୦୨୪---୮,୪୫ Sakhigopal News,21/8/2024

ads

Blog Archive

Popular Posts