ads

Breaking News

୫ ଚୋରି ବାଇକ ଉଦ୍ଧାର ସହ ୬ ଗିରଫ




  ବଲାଙ୍ଗିର --- ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅଞ୍ଚଳରେ ଦୀର୍ଘ ଦିନ ହେବ  ପୃଥକ ପୃଥକ ସ୍ଥାନରେ ବାଇକ ଚୋରି ହେବା ନେଇ ସଇଁତଳା ଥାନା ରେ ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗ କୁ ଭିତ୍ତିକରି ବଲାଙ୍ଗିର ଏସପିଙ୍କ ନିର୍ଦ୍ଧେଶ କ୍ରମେ ସଇଁତଳା ପୋଲିସ ଅଧିକାରୀ ସୁଶାନ୍ତ କୁମାର ବରାଇ, ଏସଆଇ ଆଲୋକ ଭାଇ, ରାଜେଶ ବେହେରା, ଏଲ ଚାଲାନ, ଥବିର ମହାରଣା ଓ ପି ଭୋଇ ତଦନ୍ତ ଜାରି ରଖିଥିଲେ ।  ୫ ଚୋରି ବାଇକ ସହ ବାଇକ ରେ ବ୍ୟବହୃତ ସାମଗ୍ରି ଉଦ୍ଧାର କରିବା ସହ ଚୋରୀ ଘଟଣା ରେ ସଂପୃକ୍ତ ଥିବା ନେଇ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସଇଁତଳା ପୋଲିସ।ଏନେଇ ଏକ ସାମ୍ବାଦିକା ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାର। ଅଭିଯୁକ୍ତ ମାନେ ହେଲେ ସଇଁତଳା ଥାନା କରେଲଧୁଆର ବିଜୟ ନାଗ,ଟିଟିଲାଗଡ ଦେସିଲର ସଞ୍ଜୟ ସାହୁ, ସଇଁତଳା ଭାଟି ପଡ଼ା ର ଅଭି କୁମ୍ଭାର, ତୁଷୁରା ଥାନା ବଡ ବାହାଲ ଅଞ୍ଚଳ ର ବ୍ରଜ କିଶୋର ବରାଇ, ଗଉଡଗୋଡ ଅଞ୍ଚଳର ଡୁଲେଶ୍ୱର ରଣା ଓ ଯଶୋବନ୍ତ ମଲିକ ବୋଲି ଜଣାପଡିଛି।ତେବେ ୬ ଜଣ ଅଭିଯୁକ୍ତଙ୍କ ନା ରେ ଆଗରୁ ମଧ୍ୟ ଅନେକ ଥାନା ରେ ଅଭିଯୋଗ ଥିବା ସୂଚନା ମିଳିଛି।
ବଲାଙ୍ଗିର (ସଇଁତଲା) ରୁ
ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୨୦/୮/୨୦୨୪---୭,୪୫ Sakhigopal News,20/8/2024

ads

Blog Archive

Popular Posts