ads

Breaking News

ଭୋଇପାଲି ଶିବମନ୍ଦିର ଠାରେ ରେମଣ୍ଡା ବ୍ରାହ୍ମଣ ସମାଜ ପକ୍ଷରୁ ବିଶ୍ବଶାନ୍ତି


ବରଗଡ ---- ଭେଡେନ ବ୍ଲକ ଭୋଇପାଲି ଶିବମନ୍ଦିର ଠାରେ ରେମଣ୍ଡା ବ୍ରାହ୍ମଣ ସମାଜ ପକ୍ଷରୁ ବିଶ୍ବଶାନ୍ତି ପାଇଁ ମହାସମାରୋହରେ ଜଳାଭିଷେକ, ରୁଦ୍ରାଭିଷେକ, ଜପ ଓ ମନ୍ଦିର ପ୍ରାଙ୍ଗଣର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ ଯୋଗ ଦେଇଥିଲେ। ଏହାର ଉଦ୍ୟୋକ୍ତା ରେମଣ୍ଡା ବ୍ରାହ୍ମଣ ସମାଜର ସଭାପତି ଗଙ୍ଗାଧର ପଣ୍ଡା,ଦାଶରଥୀ ଶତପଥୀ, ଆନନ୍ଦ ଶତପଥୀ, ପ୍ରଦୀପ ଶତପଥୀ, ଗୋବିନ୍ଦ ଶତପଥୀ, ସୁରେନ୍ଦ୍ର ଶତପଥୀ, ତ୍ରିଲୋଚନ ଶତପଥୀ, ସଞ୍ଜୟ ନନ୍ଦ, ଶୁକଦେବ ଶତପଥୀ, ଦୀପ୍ତି ଦାସ, ପ୍ରତାପ ପଣ୍ଡା ନେତୃତ୍ବରେ ଅନ୍ନ ମହାପ୍ରସାଦ ବଣ୍ଟନ କରାଯାଇଥିଲା। ପରିଶେଷରେ ସଞ୍ଜୟ ନନ୍ଦ ଉପସ୍ଥିତ ଥିବା ଜନସାଧାରଣ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୪/୮/୨୦୨୪----୯,୩୦ Sakhigopal News,4/8/2024

ads

Blog Archive

Popular Posts