ads

Breaking News

ବ୍ଯବସାୟୀ ଝରାପାଲି ମାର୍କେଟ ର ପୁରୁଷୋତ୍ତମ ଅଗ୍ରୱାଲଙ୍କ ଦେହାନ୍ତ


ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ଝରାପାଲି ମାର୍କେଟ ର ପୁରୁଷୋତ୍ତମ ଅଗ୍ରୱାଲ ଙ୍କ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ତାଙ୍କର ବିୟୋଗରେ ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ସଫଳ ବ୍ୟବସାୟୀ ଭାବେ ପରିଗଣିତ ହେଉଥିଲେ। ତାଙ୍କର ପଛରେ ଭାଇ, ଭାଇବୋହୁ, ପୁତ୍ର ରବିନ୍ଦ୍ର କୁମାର, ସୁରେନ୍ଦ୍ର କୁମାର, ମନୋଜ କୁମାର, ଅନୀଲ କୁମାର, ଗୋପାଳ କୁମାର ସମେତ ବୋହୁ ଓ ନାତିନାତୁଣୀ ଛାଡି ଯାଇଛନ୍ତି। ତାଙ୍କର ଶେଷ ଦର୍ଶନ ନିମନ୍ତେ ମାରୱାଡି ସମାଜର ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରି ଶବାଧାରରେ ସାମିଲ ହୋଇଥିଲେ। ଥୁଆପାଲି ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ବଡ ପୁଅ ରବୀନ୍ଦ୍ର କୁମାର ମୁଖାଗ୍ନି ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୧/୮/୨୦୨୪----୮,୪୫ Sakhigopal News,21/8/2024

ads

Blog Archive

Popular Posts