ads

Breaking News

ସତ୍ୟବାଦୀ ରେ ବରିଷ୍ଠ ନାଗରିକ ଦିବସ ପାଳିତ


 
ସାକ୍ଷୀଗୋପାଳ -----  ବରିଷ୍ଠ ନାଗରିକ ମାନେ ସମାଜ ଉପରେ ବୋଝ ନୁହନ୍ତି,ବରଂ ସେମାନଙ୍କ ଅଭିଜ୍ଞତା ଓ ଅନୁଭବ ସମାଜର ମୂଲ୍ୟବାନ ସମ୍ବଳ ସଦୃଶ୍ୟ ବୋଲି କହିଛନ୍ତି ବକ୍ତା ମାନେ। ସତ୍ୟବାଦୀ ପଞ୍ଚସଖା ସ୍ମୃତି ପାଠାଗାର ଠାରେ ସତ୍ୟବାଦୀ ବିକାଶ ପରିଷଦ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି ।ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଗୁଣ୍ଡିଚା ବରାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଭ୍ରାଶୁଂ ଶେଖର ମହାରଣା ବରିଷ୍ଠ ନାଗରିକ ମାନଙ୍କ ପାଇଁ ରହିଥିବା ସରକାରୀ ବ୍ୟବସ୍ଥା ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିବା ସହ ବରିଷ୍ଠ ନାଗରିକଙ୍କ ସମସ୍ୟାର ସମାଧାନ କରିବ ଅନୁଷ୍ଠାନ  ।ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ର ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ବରିଷ୍ଠ ନାଗରିକ ମାନେ ସମାଜ ପାଇଁ  ସେମାନଙ୍କ ଅନେକ ଅବଦାନ ରହିଛି । ସେମାନଙ୍କ ଆନନ୍ଦ, ଖୁସି ଓ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ।  ସେମାନଙ୍କ ପାଇଁ ରହିଥିବା ଆଇନ, ବ୍ୟବସ୍ଥା ସମ୍ପର୍କରେ ଏକ ସୂଚନା ଫର୍ଦ୍ଦ ପ୍ରସ୍ତୁତ କରି ବରିଷ୍ଠ ନାଗରିକ ମଞ୍ଚ ପ୍ରଦାନ କଲେ ସେମାନେ ଉପକୃତ ହୋଇପାରିବେ ବୋଲି ଶ୍ରୀ  ସେଠୀ ମତ ପ୍ରକାଶ କରିଥିଲେ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ସଖିମଣି ବରାଳ ବରିଷ୍ଠ ନାଗରିକ ମାନଙ୍କ ସ୍ଥିତି ସମାଜ ପାଇଁ ଅବଦାନ ସମ୍ପର୍କରେ ମତ ଦେଇଥିଲେ। ଅନୁଷ୍ଠାନ ର ସମ୍ପାଦକ ଅମର ନନ୍ଦ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ଦେଇଥିଲେ । ଉପ ସଭାପତି ବୀରେନ୍ଦ୍ର ଭୂଷଣ ହୋତା କାର୍ଯ୍ୟକ୍ରମ ର ଆଭିମୁଖ୍ଯ ସମ୍ପର୍କରେ ଆଲୋଚନା କରିଥିଲେ।  ବିଭିନ୍ନ ପଞ୍ଚାୟତ ରୁ ଯୋଗଦେଇଥିବା ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୮/୨୦୨୪----୭,୨୫ Sakhigopal News,21/8/2024

ads

Blog Archive

Popular Posts