ads

Breaking News

ସାମ୍ବାଦିକ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ପ୍ରଜାପିତା ବ୍ରହ୍ମା କୁମାରୀ ଭଉଣୀ




ନୟାଗଡ଼   ---- ହିନ୍ଦୁ  ଧର୍ମଶାସ୍ତ୍ର ଓ ପରମ୍ପରା ଅନୁସାରେ ବାରମାସରେ ତେର ପର୍ବ ପାଳନ କରାଯାଏ। ସେଥି ମଧ୍ୟରୁ ଶ୍ରାବଣ ମାସର ପୂର୍ଣ୍ଣମୀ ଅନ୍ୟତମ । ଏହି ଦିନଟିକୁ ବଳଭଦ୍ରଙ୍କ ଜନ୍ମଦିନ ତଥା ଗହ୍ମା ପୂର୍ଣ୍ଣମୀ ଵା ରକ୍ଷା ବନ୍ଧନ ବୋଲି କୁହାଯାଏ । ଏହି ଦିନରେ ଓଡ଼ିଶାର ପୁର ପଲ୍ଲୀ ଠାରୁ ଆରମ୍ଭ କରି ସହର ଓ ନଗର ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ  ଭଉଣୀ ମାନେ ନିଜ ଭାଇ ମାନଙ୍କର ଦୀର୍ଘାୟୁ ଓ ମଙ୍ଗଳ କାମନା କରି ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ଥାଆନ୍ତି। ଏହାଦ୍ବାରା ଭାଇ ଭଉଣୀର ମଧୁର ସମ୍ପର୍କ ଚିରଦିନ ପାଇଁ ଅତୁଟ ରହିବା ସହ ଭଉଣୀର ସାରା ଜୀବନ ସୁରକ୍ଷା ପାଇଁ ସଂକଳ୍ପ କରିଥାଏ। ଏହିଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ୍ ଅଞ୍ଚଳରେ ।ରକ୍ଷାବନ୍ଧନ ପାଳନର ୫ଦିନ ଅବ୍ୟବହିତ ପୂର୍ବରୁ ପ୍ରଜା ପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟ ଖଣ୍ଡପଡା ର ବ୍ରହ୍ମାକୁମାରି ମନୋରମା , ସସ୍ମିତା ଓ ବିଷ୍ଣୁପ୍ରିୟା ଭଉଣୀମାନେ   ମଥାରେ ଫୁଲ ଚନ୍ଦନ ଦେଇ ହାତରେ ରାକ୍ଷୀ ବାନ୍ଧିବା ସହିତ  ମଙ୍ଗଳ ମନାସି  ସାମ୍ବାଦିକ ତଥା ମାନବିକ ଅଧିକାର କର୍ମୀ ନିରଞ୍ଜନ ଦାସ , ଢୋଲମରା ର ସଦାଶିବ ପାତ୍ର , ଖଣ୍ଡପଡା  ର ପ୍ରଭାତ ପଶାୟତ ଙ୍କ ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇଥିଲେ ।  ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୭/୮/୨୦୨୪---୯,୪୫ Sakhigopal News,16/8/2024

ads

Blog Archive

Popular Posts